ଢେଙ୍କାନାଳ, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାରେ ବେଆଇନ ଭାବେ ଚୋରା ବାଲି ଚାଲାଣକୁ ରୋକିବାକୁ ଯାଇ ହିନ୍ଦୋଳ ଅତିରିକ୍ତ ତହସିଲଦାର ଅଚାନକ ଚଢାଉ କରିଥିଲେ । ଖଣି ଖଦାନ ଭରା ହିନ୍ଦୋଳ ଉପଖଣ୍ଡରେ ବହୁତ ଖଣି ମାଫିଆ ସକ୍ରିୟ ଥିବା ଜିଲ୍ଲାରେ କାହକୁ ଅଗୋଚର ନୁହେଁ । ମାତ୍ର ଏହି ମାଫିଆ ମାନଙ୍କ ଯୋଗୁଁ ସରକାରର ବହୁ ରାଜସ୍ୱ ହାନି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମିତି କିଛି ପଦକ୍ଷପ ନିଆ ଯାଉନାହିଁ । ଯେଉଁ କାରଣରୁ ମାଫିଆ ମାନଙ୍କ ରାଜୁତି ଦିନକୁ ଦିନ ବଢିବାରେ ଲାଗିଛି ।
ହିନ୍ଦୋଳ ତହସିଲଦାର ଅଜୟ କୁମାର ମଲ୍ଲିକଙ୍କ ବଦଳି ପରେ ବାଲି, ଚିପ୍ସ, ପଥର ଚାଲାଣ ବଢାଇବା ସ୍ୱପ୍ନ ଆଜି ଚୁରମାର ହୋଇଯାଇଛି । ମାତ୍ର ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଅଚାନକ ଚଢାଉ କରି ତିନୋଟି ବାଲି ବୋଝେଇ ଟ୍ରକ ଜବତ କରିଛନ୍ତି । ଓଆର୦୫ଏଏ ୩୫୧୮, ଓଆର୦୯ଜେ୪୫୪୧ ଏବଂ ଓଆର ୧୪ ଆର ୭୪୫୫ ତିନୋଟି ବାଲି ବୋଝେଇ ଟ୍ରକ ବଡମ୍ବା ନରସିଂହପୁର ରୁ ହିନ୍ଦୋଳ କୁ ପ୍ରବେଶ କରୁଥିବା ସମୟରେ ଅତିରିକନ୍ତ ତହସିଲଦାର ଶ୍ରୀ ପରିଡା, ସୁପରଭାଇଜର ତାପସ ସାହୁ, ରାଜସ୍ୱ ନିରିକ୍ଷକ ବୈରାଗି ନାୟକ ଓ ଅମିନଙ୍କ ମିଳିତ ଭାବେ ଚଢାଉକରି ଟ୍ରକ ତିନୋଟି କବ୍ଚା କରିଥିଲେ । ଏହି ଚଢାଉକୁ ନେଇ ମାଫିଆ ମାନଙ୍କ ଚିନ୍ତା ବଢିଯାଇଛି । ଓଡ଼ିଶା ସମାଚାର