Saturday , April 1 2023
Breaking News
Home / ରାଜନୀତି / ସିପିଆଇ ପକ୍ଷରୁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ପ୍ରତିମଚର୍ତିରେ ମାଲ୍ୟାର୍ପଣ

ସିପିଆଇ ପକ୍ଷରୁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ପ୍ରତିମଚର୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ସ୍ୱାଧୀନତା ସଂଗ୍ରାମର ମହାନାୟକ ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି, ଅଖିଳ ଭାରତ କୃଷକ ସଭା, ଭାରତୀୟ କ୍ଷେତ ମଜଦୁର ୟୁନିୟନ ଓ ଏଆଇଟିୟୁସି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଉଭୟଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଶନିବାର ସକାଳେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଏଆଇଟିୟୁସି ନେତା ଜୟନ୍ତ ଦାସ ଓ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ ପ୍ରମୁଖ ରସୁଲଗଡ଼ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହିତ ଦେଶର ଏକତା, ଅଖଣ୍ଡତା, ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଏହାପରେ ଉପରୋକ୍ତ ନେତାମାନେ ଭିଏସଏସ ନଗର ଯାଇ ସେଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିିରେ ମାଲ୍ୟାର୍ପଣ ସହିତ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହନୀୟ ଅବଦାନକୁ ସ୍ମରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.