Saturday , April 1 2023
Breaking News
Home / ରାଜନୀତି / ସାଲେପୁରରେ ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ

ସାଲେପୁରରେ ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ

ସାଲେପୁର,୨୪/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ସାଲେପୁର ର ମଧୁସ୍ମୃତି ଭବନ ପରିସରରେ ବିଜୁଜନତାଦଳ ତରଫରୁ ଆୟୋଜିତ  ବିଜୁଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଯୁବକ ମାନେ ଦୁର୍ନୀତି ବିରୋଧୀ ପନ୍ଥା ଅନୁସରଣ କରିବାକୁ ଆହ୍ୱାନ ଦେଇଥିବା ବେଳେ   ସରକାର  ଦୁର୍ନୀତି ବିରୁଦ୍ଧରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରୁଛନ୍ତି ବୋଲି   କହିଥିଲେ ।ସମାଜ ରେ ଅବହେଳିତ, ଗରିବ,ନିରାଶ୍ରୟ ମାନଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ। ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ରେ ଶ୍ରୀ ବେହେରା କହିଥିଲେ ହେଁ ସାଲେପୁର ବ୍ଲକ ରେ ବିଭିନ୍ନ  କାର୍ଯ୍ୟ ରେ ଦୁର୍ନୀତି ବୁଡି ରହିଛି। ପ୍ରକୃତ ଯୋଗ୍ୟଲୋକ ଇନ୍ଦିରା ଆବାସ ଯୋଜନା ଠାରୁ ଆରମ୍ଭ କରି ଭତ୍ତା ଆଦି ପାଇପାରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି। ଆଜି ମଧୁସ୍ମୃତି ଭବନ ପରିସରରେ ଆୟୋଜିତ ସଭା ରେ ବିଧାୟକ ଙ୍କ ବକ୍ତବ୍ୟ କତେଦୂର ଯଥାର୍ଥ ତାହା ସାଧାରଣ ରେ ଆଲୋଚ୍ୟ ବିଷୟ ହୋଇଛି। ଓଡିଶା ସମାଚାର

Leave a Reply

Your email address will not be published.