Tuesday , March 21 2023
Breaking News
Home / କ୍ରୀଡ଼ା / ସପ୍ତମ ଭଗବତୀ ପୁଟୁବଲ ଟୁର୍ଣ୍ଣାମେଂଟ ଉଦଘାଟିତ  – ମା ମଙ୍ଗଳା  ମହିଳା ଫୁଟବଲ କ୍ଲବ ୧-୦ରେ ବିଜୟୀ 

ସପ୍ତମ ଭଗବତୀ ପୁଟୁବଲ ଟୁର୍ଣ୍ଣାମେଂଟ ଉଦଘାଟିତ  – ମା ମଙ୍ଗଳା  ମହିଳା ଫୁଟବଲ କ୍ଲବ ୧-୦ରେ ବିଜୟୀ 

ନିରାକାରପୁର, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ମା ଭଗବତୀ କ୍ରୀଡାସଂସଦ ଆନୁକୂଲ୍ୟରେ ୭ମ ଜିଲ୍ଲାସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଂଟ ଛଣଗିରି ଫୁଟୁବଲ ଷ୍ଠାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ମ୍ୟାଚ ବନ୍ଧୁତ୍ୱପୁର୍ଣ୍ଣ ଭାବେ ମିହିଳା ଫୁଟୁବଲ ପ୍ରିଯୋଗୀତା କରାଯାଇଥିଲା । ମା ମଙ୍ଗଳା କ୍ଲବ ଖୋର୍ଦ୍ଧା ବନାମ ଭୂବନେଶ୍ୱର ମହିଳା କ୍ଲବ ଭୂବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳରେ କେହି କାହାଉପରେ ଗୋଲ ଦେଇପାରିନଥିବା ବେଳେ ଖେଳ ବହୁତ ସଂଘର୍ଷ ପୁର୍ଣ୍ଣ ହୋଇଥିଲା । ଖେଳର ଦ୍ୱିତୀୟାର୍ଦ୍ଧରେ ମଙ୍ଗଳା କ୍ଲବ ଖୋର୍ଦ୍ଧା ଭୂବନେଶ୍ୱର ମହିଳା କ୍ଲବ ଉପରେ ଏକ ଗୋଲ ଦେଇ ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡୟତରାୟ, ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ  ସଂଯୋଜକ ଆଶିଷ କୁମାର ବରିସଲ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ୍ତ ବଡଜେନା, ଗୋଳବାଇ  ପଂଚାୟତ ସରପଂଚ ବିପିନି ବିହାରୀ ସେଠୀ, ଛଣଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈକୁଣ୍ଠ ଚରଣ ଦାଶ୍, ଭଗବତୀ କ୍ରିଡା ସଂଘର ସଭାପତି ମାନସ ଦାସ୍, ସଂପାଦକ ସୁଶାନ୍ତ କୁମାର ଗଜେନ୍ଦ୍ର, ଉପଦେଷ୍ଟା ଗୁଲାମ ରସୁଲୁ, ରମାକାନ୍ତ ପଟ୍ଟନାୟକ, ନୃସିଂହ ଚରଣ ମହାନ୍ତି, ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥାପକ ଚନ୍ଦନ ମିଶ୍ର କ୍ରୀଡା ବିବରଣୀ ପ୍ରଦାନ କରିଥିବା ବେଳ ଶରତ ଚନ୍ଦ୍ର ଛୋଟରାୟ,ସୁକାନ୍ତ ପ୍ରଧାନ,ଚିତରଞ୍ଜନ ପରିଡା ଖେଳ ପରିଚାଳନା କରିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.