Monday , March 27 2023
Breaking News
Home / ବିଶେଷ / ସଚେତନ ନାଗରିକ ଫୋରମ୍ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପରାକ୍ରମ ଦିବସ ରୂପେ ପାଳିତ

ସଚେତନ ନାଗରିକ ଫୋରମ୍ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପରାକ୍ରମ ଦିବସ ରୂପେ ପାଳିତ

ଢେଙ୍କାନାଳ, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ରୂପେ ସ୍ଥାନୀୟ ଭାଗିରଥୀସାଗରସ୍ଥିତ ନେତାଜୀ ପାର୍କ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଡିସିସି ପ୍ଲେ ସ୍କୁଲ୍ର ସଭାପତି ତଥା ବରିଷ୍ଠ ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।

        ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରିଗେଡିୟର ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଯୋଗଦେଇ କହିଥିଲେ, ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନ ଅତୁଳନୀୟ  ଓ ଦେଶ ତାଙ୍କ ନିକଟରେ  କୃତଜ୍ଞ । ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଯୋଗଦେଇ କହିଥିଲେ ଯେ, ସୁବାଷ ବୋଷ ଢେଙ୍କାନାଳରେ ଥିବାବେଳେ  ବ୍ରିଟିଶ ପୋଲିସ୍ ତାଙ୍କୁ ଖୋଜିବାରୁ ତତ୍କାଳୀନ ରାଜା ଶଙ୍କର ପ୍ରତାପ ସିଂହଦେଓ ନିଜ ଗାଡିରେ କୋଲକତା ପର୍ଯ୍ୟନ୍ତ ଛାଡିଥିଲେ । ଜିଲ୍ଲା ବିଜେପି ସଭାପିତ ନରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ମହାମାô ଗାନ୍ଧୀ ଏବଂ ସୁବାଷ ବୋଷ୍ ଉଭୟେ ସ୍ୱାଧିନତା ସଂଗ୍ରାମ ପାଇଁ ଲଢୁଥିଲେ ମଧ୍ୟ ନେତାଜୀ କଠୋର ପନ୍ଥୀ ସମ୍ମୁଖ ଯୁଦ୍ଧରେ ବିଶ୍ୱାସ ରଖୁଥିଲେ ।

        ଫୋରମ୍ ର ଉପସଭାପତି ପଙ୍କଜ ନାୟକ କହିଥିଲେ ପ୍ରଜାରାଜ୍ୟର ଆହ୍ୱାନ ଦେଇଥିବା ମହାତ୍ମାଗାନ୍ଧୀ ନିଜେ ୧୯୩୮ ମସିହା କଂଗ୍ରେସ ସଭାପତି ଭାବରେ ନେତାଜୀଙ୍କର ସଭାତି ନିର୍ବାଚନକୁ ବିରୋଧ କରିଥିଲେ । ନେତାଜୀଙ୍କର ସ୍ୱାଧୀନତା ପାଇଁ ଯେପରି ଯିଦି ଓ ଆଗ୍ରହର ସହିତ ଲଢୁଥିଲେ ସେହିପରି ଆଜିର ସମାଜକୁ ଗ୍ରାସ କରିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସେହିପରି ଯିଦି ଓ ଆଗ୍ରହର ସହିତ ଲଢିବା ପାଇଁ ଢେଙ୍କାନାଳର ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ, ଜଲି ମହାକୁଡ, ସୁନିଲ୍ ଦାଶ, ବିଜେପିର ଜିଲ୍ଲା ଉପସଭାପତି ସନାତନ ଭାଇ, ଫୋରମ୍ର ମହିଳା ଶାଖାର ପ୍ରଭାତୀ ମହାପାତ୍ର, ବନଜା ମାନସିଂହ, ସାଜେଦା ଶତପଥି, କୈଳାସ ଚନ୍ଦ୍ର ନାଏକ, ଅଜୟ ଶଙ୍କର ମିଶ୍ର, ଅମରେନ୍ଦ୍ର ସାହୁ, ଅମ୍ବିକା ମିଶ୍ର, ଯୁଗଳ ପ୍ରଧାନ, ଆମ୍ ଆଦ୍ମୀ ପାର୍ଟିର କୋଷାଧ୍ୟକ୍ଷ ଚକ୍ରଧର ତରାଇ, ମୁରଲିଧର ପଟ୍ଟନାୟକ, ରଞ୍ଜିତ ପାଣିଗ୍ରାହୀ, ପ୍ରଫେସର୍ ବିଶ୍ୱନାଥ ମହାପାତ୍ର, ରୁଦ୍ରନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଫୋରମ୍ର ସହ-ସମ୍ପାଦକ ତଥା ଆଇନ୍ଜୀବୀ ଗୁପ୍ତେଶ୍ୱର ମିଶ୍ର ଓ ନଗର ସମ୍ପାଦକ ଦୟାନିଧି ବେହେରା ସଭାର ଆୟୋଜନ କରିଥିବାବେଳେ ସମ୍ପାଦକ ଭରତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ସଭାରେ ନେତାଜୀ ସୁବାଷ ବୋଷ୍ ଙ୍କୁ ଅବିଳମ୍ବେ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଶେଷରେ ଫୋରମ୍ ର ଶିକ୍ଷା ବିଭାଗ ସଭାପତି ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.