କେନ୍ଦ୍ରାପଡା, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଜଣେ ମଦ୍ୟପ କନେଷ୍ଟବଳ ଶେଷରେ ଧରାପଡି ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳି ହୋଇଥିବା ସୂଚନା ମିଳିଛି । ଗୁରୁବାର ଜନୈକ ପୋଲିସ କନେଷ୍ଟବଳ ମଦ୍ୟପାନ କରିଥିବା ସମ୍ପର୍କରେ ଅଭିଯୋଗ ପାଇ ଟାଉନ ଥାନା ପକ୍ଷରୁ ସଂପୃକ୍ତ କନେଷ୍ଟବଳଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲକୁ ପଠାଯାଇଥିଲା । ଯଦିଓ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲା ତଥାପି ସଂପୃକ୍ତ କନେଷ୍ଟବଳଙ୍କୁ ଗୋଟିଏ ଫାଣ୍ଡିରୁ ଅନ୍ୟ ଫାଣ୍ଡିକୁ ବଦଳି କରିଦିଆଯାଇଥିବା ବିଶେଷ ସୁତ୍ରରୁ ଖବରମିଳିଛି । ଓଡ଼ିଶା ସମାଚାର
Check Also
ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି
ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …