ଢେଙ୍କାନାଳ, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ରାମେଶ୍ୱର ପୁର ଅଂଚଳରୁ ବ୍ରାଉନସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ଏହି ଧଳା ଜହର କବଜାରେ ଢେଙ୍କାନାଳ ଜିଲ୍ଲାର ଯୁବ ପିଢି । ମାତ୍ର ପଇସା ଅଭାବରୁ ବଢୁଛି ଲୁଟ୍, ଚୋରି, ଡକାୟତି ସବୁରି ପଛରେ ଏହି ଧଳା ଜହରର କାରବାର । ତେବେ ଟାଊନ ଥାନା ଦ୍ୱାରା ଏହି କାରବାର ରେ ସଂପୁକ୍ତ ଥିବା ଜଣେ ବ୍ୟକ୍ତି କୁ ଆଜି ରାମେଶ୍ୱରପୁର ଅଂଚଳରୁ ଗିରଫ କରିଛି । ମାତ୍ର ଗିରଫ ହୋଇଥିବା ଲୋକଠାରୁ ବିଭିନ୍ନ ପ୍ରକାର ସାମଗ୍ରି ଜବତ କରାଯାଇଛି । ଓଡ଼ିଶା ସମାଚାର