ଢେଙ୍କାନାଳ, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଜଳି ପାଉଁଶ ହୋଇଯାଇଛି । ଏହା ସହିତ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୫ଟି ଗୋରୁ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍ ତୁମୁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓକାଟେଣି ଗ୍ରାମରେ ଗତ କାଲି କୈାଣସି କାରଣ ବଶତ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସଂପୁର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ଗୋରୁ ଜୀବନ୍ତଦଗ୍ଧ, ୫ ଟି ଗୋରୁ ନିଆଁରେ ପୋଡି ହେବା ସହିତ ଘରେ ଥିବା ବସ୍ତ୍ର, ଖାଦ୍ୟ, ଧାନ, ଚାଉଳ ସମେତ ଘରର ସମସ୍ତ ଆସବାବପତ୍ର ସଂପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଓଡ଼ିଶା ସମାଚାର