ମାଲକାନଗିରି, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ମାଲକାନଗିରି ଏସ୍ପି ଋସିକେଶ ଡି.ଖିଲାରିଙ୍କ ନିକଟରେ ଆଜି ଜଣେ ନାବାଳିକା ମହିଳା ମାଓବାଦୀ ଗୀତା ଓରଫ ଲାଛି ଖରା ଆତ୍ମ ସମର୍ପଣ କରିଛନ୍ତି । ବିଏସଏଫ୍ ଓ ଓଡିଶା ପୁଲିସର କୁମ୍ବିଂ ଅପରେସନ ଚାଲୁଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ଲାଛି ଖରାକୁ ଅଟକ ରଖିଥିଲା। କିନ୍ତୁ ଲାଛି ଆତ୍ମ ସମର୍ପଣ କରିବାକୁ ଇଛା ପ୍ରକାଶ କରିବାରୁ ତାଙ୍କୁ ଗିରଫ କରାଯାଇନଥିଲେ। ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସେ ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ୟ୍ୟ କରୁଥିଲେ । ଓଡ଼ିଶା ସମାଚାର