Sunday , April 2 2023
Breaking News
Home / ବିଶେଷ / ତିନିମୁହାଣିଛକରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

ତିନିମୁହାଣିଛକରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

କେନ୍ଦ୍ରାପଡା, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଟାଉନ ଥାନା ପୋଲିସ ପକ୍ଷରୁ ତିନିମୁହାଣିଛକରେ ସନ୍ଧ୍ୟାରେ ହେଲମେଟ ଚେକିଂ ହେଉଥିବା ବେଳେ ଭିତରକନିକାକୁ ଗସ୍ତରେ ଯାଉଥିବା  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିବାକୁ ସେଠାରେ  ବିଜେପି କର୍ମୀମାନେ ପହଁଚି ଯାଇଥିଲେ । ବିଜେପି କର୍ମୀମାନେ ହଠାତ ପୋଲିସର ହେଲମେଟ ଚେକିଂ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ତବ୍ୟରତ ପୋଲିସ ଅଧିକାରୀଙ୍କ ସହ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ଏଭଳିକି ହେଲମେଟ ନଥିବା ବାଇକ ଚାଳକଙ୍କ ଠାରୁ ପୋଲିସ ଫାଇନ ଆଦାୟ କରୁଥିବା ବେଳେ ତାହାକୁ ବିଜେପି କର୍ମୀମାନେ ଯୋରଜବରଦସ୍ତ ବନ୍ଦ କରିଦେଇ ବାଇକ ଚାବି ଫେରାଇ ଦେବାକୁ ପୋଲିସକୁ ଏକରକମ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ସେଠାରେ ପୋଲିସ ଓ ବିଜେପିକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବାର ଦେଖିବାକୁ ମିଳିଥିଲା । ଶେଷରେ ପୋଲିସ ବାଧ୍ୟ ହୋଇ ସେଠାରେ ହେଲମେଟ ଚେକିଂକୁ ବନ୍ଦ କରିଦେଇଥିବାର ଦେଖିବାକୁ ମିଳିଥିଲା । ବିଜେପି କର୍ମୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.