Monday , March 27 2023
Breaking News
Home / ବିଶେଷ / କେନ୍ଦ୍ରାପଡ଼ା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡ଼ା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡ଼ା, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର  ପ୍ରଧାନ  ରବିବାର  କେନ୍ଦ୍ରାପଡ଼ା  ଠାରେ ପ୍ରଥମ ପର୍ଯ୍ୟାୟରେ  କୋଭିଡ଼୍  ଟିକା  ନେଇଥିବା ଜିଲ୍ଲାର କରୋନା  ଯୋଦ୍ଧା  ମାନଙ୍କୁ  ସମ୍ବର୍ଦ୍ଧିତ  କରିବା  ସହ  ଟିକା ନେଇଥିବା କୋରନା ଯୋଦ୍ଧା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି । କୋଭିଡ଼୍  ଟିକା  ପ୍ରସ୍ତୁତି  ସହ  ପ୍ରଥମ ଦଫାରେ  ସଫେଇ  କର୍ମଚାରୀ,  ସ୍ୱାସ୍ଥ୍ୟକର୍ମୀ  ତଥା  କରୋନା  ଯୋଦ୍ଧା ମାନଙ୍କୁ ପ୍ରଧାନ୍ୟ ଦେଇଥିବାରୁ କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି  ଯେ  ଦେଶରେ  ପ୍ରଧାନମନ୍ତ୍ରୀଙ୍କ  ନେତୃତ୍ୱରେ  ସଫଳ  କୋଭିଡ୍  ମୁକାବିଲା  କରିବା  ପରେ ସମଗ୍ର  ଭାରତବର୍ଷ  ଓ  ଓଡ଼ିଶା  ସମେତ  କେନ୍ଦ୍ରାପଡ଼ା  ଜିଲ୍ଲାରେ  ଥିବା  ୮  ହଜାର  ସଫେଇ  କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ  ତଥା  କରୋନା  ୱାରିୟର୍ସ  ମାନଙ୍କ  ପାଇଁ  ମଧ୍ୟ  ଭାରତ  ସରକାର  ଏ  ସବୁ  ଟିକା  ମାଗଣାରେ ଉପଲବ୍ଧ କରାଇଛନ୍ତି  । ସ୍ୱଦେଶୀ  ଟିକା  ପ୍ରସ୍ତୁତି  ଏବଂ  ପ୍ରଥମ  ପର୍ଯ୍ୟାୟରେ  ଏହା  ଓଡ଼ିଶା  ସମେତ  ଭାରତବର୍ଷର  ସବୁ  ସ୍ଥାନରେ ପହଁଚିବା  ;  ପ୍ରଧାନମନ୍ତ୍ରୀଙ୍କ ଦୃଢ଼  ନେତୃତ୍ୱ  ଓ  ଇଚ୍ଛାଶକ୍ତି  କାରଣରୁ  ସମ୍ଭବ  ହୋଇପାରିଛି   ।  ମହାମାରୀ ସମୟରେ  ଦେଶବାସୀଙ୍କ  ସ୍ୱାସ୍ଥ୍ୟ  ଓ  ସୁରକ୍ଷାକୁ  ଗୁରୁତ୍ୱ  ଦେଇ  ଉଦାହରଣ  ତିଆରି  କରିଥିବା  ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.