Thursday , May 26 2022
Breaking News
Home / Uncategorized / କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ 

କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ 

କେନ୍ଦ୍ରାପଡା, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ମଂଚର ପ୍ରତିଷ୍ଠାତା ସଂପାଦକ ଗୋପାଳ ଚରଣ ମହାପାତ୍ରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ତିନିକୋଣିଆ ପାର୍କ ସମ୍ମୁଖରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୁର୍ତୀ, କେନ୍ଦ୍ରାପଡା ବ୍ଲକ ଛକରେ ଥିବା ପ୍ରତିମୁର୍ତୀ ଓ  କେନ୍ଦ୍ରାପଡା କୋର୍ଟ ପରିସରରେ ଥିବା ନେତାଜୀଙ୍କ ପ୍ରତିମୁର୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯାଇଛି  ।  ଏହି କାର୍ଯ୍ୟକ୍ରମରେ ମଂଚର ସଭାପତି ପୂର୍ବତନ ନଗରପାଳ ଧିରେନ କୁମାର ସାହୁ, ମଂଚର ଉପଦେଷ୍ଟା  ହିରଣ୍ୟ କୁମାର ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ,  ମନୋଜ କୁମାର ନାଥ, ବିଜୟ ମଣ୍ଡଳ, ମାନସ ଦାସ, ସୁରେନ୍ଦ୍ର ବେହେରା , ମୁନା ସାହୁ, ମାନସ କୁମାର ସାହୁ,  ଦୀନେଶ ରାଜ ସିଂହ, ନନ୍ଦ ଭାଇ , ସକିଲ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସାମାଜିକ ସହାୟତା ପ୍ରଣାଳୀକୁ ବିକଶିତ ଓ ଦୃଢ଼ୀଭୂତ କଲେ ଦୂର ହୋଇପାରିବ ମହିଳା ହିଂସା

ଭୁବନେଶ୍ୱର,୦୨/୧୧/୨୦୨୧(ଓଡ଼ିଶା ସମାଚାର)-ଦିନକୁ ଦିନ ବଢ଼ୁଥିବା ମହିଳା ହିଂସାକୁ ବିଲୋପ କରିବାକୁ ହେଲେ ଏହାର କାରଣ ଓ ମୂଳ କାରଣ ବାବଦରେ …

Leave a Reply

Your email address will not be published. Required fields are marked *