କେନ୍ଦ୍ରାପଡା, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପୋଲିସ କନେଷ୍ଟବଳ ହାବିଲଦାର ସଙ୍ଘର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ନଭେମ୍ବରମାସରୁ ଶେଷ ହୋଇଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସଙ୍ଘର କର୍ମକର୍ତାଙ୍କ ନିର୍ବାଚନ ଅଦ୍ୟାବଧି ହୋଇନଥିବା ଅଭିଯୋଗ ହୋଇଛି । ନିୟମ ଅନୁଯାଇ ଅବଧି ସରିବାର ୧୫ଦିନ ପୂର୍ବରୁ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହେବା କଥା । ସଙ୍ଘର ପ୍ରାକ୍ତନ ତଥା କାମଚଳା ସଭାପତି ଏକ ପ୍ରଶିକ୍ଷଣରେ ଯୋଗଦେବାକୁ ଜିଲ୍ଲା ବାହାରକୁ ଯାଇଥିବା ବେଳେ ସଙ୍ଘର ନିର୍ବାଚନ ନହେବାକୁ ନେଇ ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର