ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଏଆଇପିଏଲ ତରଫରୁ ପିତାପଲ୍ଲୀଠାରେ ବିଭିନ୍ନ ଗାଡ଼ି ଚାଳକମାନଙ୍କୁ ସଚେତନତାର ବାର୍ତା ଦେବା ସହ ଲିଫଲେଟ ବଂଟନ କରାଯାଇଥିଲା । ଗାଡ଼ି ଚାଳକମାନଙ୍କୁ ହେଲମେଟ,ସିଟବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ସମୟରେ ମଦ୍ୟପାନ ନ କରିବା, ମୋବାଇଲ ବ୍ୟବହାର ନ କରିବା ସହିତ ଦ୍ରୁତ ଗତିରେ ଗାଡ଼ି ଚାଳନା ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁମାନେ ନିୟମ ପାଳନ କରୁଛନ୍ତି ସେମାନଙ୍କୁ ଗୋଲାପ ଫୁଲ, ପେନ ଓ ଚକୋଲେଟ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିମ ଲିଡ଼ର ଶୁଭାଷିଶ ପଟ୍ଟନାୟକ,ଆବାସିକ ଇଂଞ୍ଜିନିୟର ଓମ ପ୍ରକାଶ ମହାପାତ୍ର, ମେଟେରିଆଲ ଇଂଞ୍ଜିନିୟର ଅଜିତ କୁମାର ଦାଶ, ଏସପିଏସ ବି.ବି ତ୍ରିପାଠୀ,ସହକାରୀ ଜାତୀୟ ରାଜପଥ ଯନ୍ତ୍ରୀ ପଙ୍କଜ ଶର୍ମାଙ୍କ ସମେତ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର