Monday , March 20 2023
Breaking News
Home / ବିଶେଷ / ୩୨ତମ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ସାଇକଲ ରାଲି ସଚେତନତା

୩୨ତମ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ସାଇକଲ ରାଲି ସଚେତନତା

କେନ୍ଦ୍ରାପଡା, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ସ୍ତରୀୟ ୩୨ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ପଂଚମ ଦିବସରେ ଇଛାପୁର ସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରୁ ଏକ ସାଇକେଲ ରାଲି ବାହାରି ସହର ମଧ୍ୟଦେଇ ଜୁଇଦାସପୁରସ୍ଥିତ ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ପହଁଚିଥିଲା । ଏହି ସାଇକେଲ ରାଲିକୁ  ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ ଓ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ ପତାକା ଦେଖାଇ  ଉଦଘାଟନ କରିଥିଲେ । ଏହି ରାଲିରେ କେନ୍ଦ୍ରାପଡା ସାଇକେଲ କ୍ଲବର ସଦସ୍ୟମାନେ ବିଭିନ୍ନ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡମାନ ଧରି  ସାଇକେଲ ରାଲିରେ ଯିବା ସହ ରାସ୍ତାରେ ଲୋକମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ରାଲି ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ପହଁଚିବା ପରେ ସେଠାରେ ଅନୁଷ୍ଠିତ ସଚେତନତା ସଭାରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଡିଏସପି କାର୍ତିକ କୁମାର ମଲ୍ଲିକ, ସାମ୍ବାଦିକ ମାତୃଦତ ମହାନ୍ତି ପ୍ରମୁଖ ସଡକ ସଚେତନତା ସମ୍ପର୍କିତ ବକ୍ତବ୍ୟ ରଖି ଏହି ମହାନ କାର୍ଯ୍ୟ ପାଇଁ ଉପସ୍ଥିତ ସ୍ୱେଛାସେବୀମାନଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ.ଆର.ଟି.ଓ. ପ୍ରିୟବ୍ରତ ମହାନ୍ତି, କନିଷ୍ଠ ମଟରଯାନ ନୀରିକ୍ଷକ ପଦ୍ମଜା ମହାନ୍ତି, ଆଂଚଳିକ ପରିବହନ କାର୍ଯ୍ୟାଳୟର  ନିର୍ମଳ କୁମାର ଦାସ  ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.