Monday , March 27 2023
Breaking News
Home / ତାଜା ଖବର / ହାଡ଼ପଦାରେ ପାଗଳ ଲଗାଇଲା ନିଆଁ: ଜଣେ ଗରିବ ପରିବାର ହେଲା ସର୍ବସ୍ୱାନ୍ତ

ହାଡ଼ପଦାରେ ପାଗଳ ଲଗାଇଲା ନିଆଁ: ଜଣେ ଗରିବ ପରିବାର ହେଲା ସର୍ବସ୍ୱାନ୍ତ

ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଗୁରୁବାର ରାତି ସାଢେ ଗୋଟାଏ ସମୟରେ ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଂଚାୟତ ହାଡ଼ପଦା ଗ୍ରାମର ବିରଂଚି ହରିଚନ୍ଦନଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିବାବେଳେ ସମସ୍ତ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ବିରଂଚିଙ୍କ ଘର ନିକଟରେ ଥିବା ଜଣକଙ୍କର ସିସି ଟିଭି ଫୁଟେଜରୁ ଜଣାପଡ଼ିଛି ବିଳମ୍ବିତ ରାତିରେ ଗୋଟିଏ ପାଗଳ ଲୋକ ଆସି ବିରଂଚିଙ୍କ ଚାଳରେ ନିଆଁ ଲଗାଇ ପଳାଇଥିଲା । ପରେ ସଂପୂର୍ଣ୍ଣ ଦୁଇ ବଖରା ଜଳିଯାଇଥିଲା । ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ । ବିରଂଚ ଅତ୍ୟନ୍ତ ଗରିବ ବ୍ୟକ୍ତି ହୋଇଥିବା ସହ ଦୁଇଟି ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ଜଣେ ଭିନ୍ନକ୍ଷମ ଝିଅ ରହିଛି । ଖୋର୍ଦ୍ଧା ତହସିଲଦାର ଆସି ଚୁଡ଼ା,ଗୁଡ଼, ପଲିଥିନ ଓ ନଗଦ ୩୮୦୦ଟଙ୍କା ପ୍ରଦାନ କରିଛନ୍ତି । ଗ୍ରାମବାସୀମାନେ ପାଗଳକୁ ଧରି ଅନ୍ୟତ୍ର ଛାଡ଼ିବାକୁ ବ୍ୟବସ୍ଥା କରୁଥିବା ଶୁଣିବାକୁ ମିଳୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.