Monday , March 27 2023
Breaking News
Home / କ୍ରୀଡ଼ା / ରାତ୍ରିକାଳୀନ କ୍ରିକେଟ ମ୍ୟାଚ୍ – ଡ଼ାହାଳପୁର ଚମ୍ପିଆନ

ରାତ୍ରିକାଳୀନ କ୍ରିକେଟ ମ୍ୟାଚ୍ – ଡ଼ାହାଳପୁର ଚମ୍ପିଆନ

ଗରଦପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ପଂଚାୟତସ୍ଥିତ ହରିପୁର ଠାରେ ଆୟୋଜିତ ରାତ୍ରିକାଳୀନ କ୍ରିକେଟ ମ୍ୟାଚ୍ ରେ ହରିପୁରକୁ ହରାଇ ଡ଼ାହାଳପୁର କ୍ରିକେଟ ଟିମ୍ ଚମ୍ପିଆନ ଟ୍ରଫି ହାସଲ କରିଛି । ଡ଼ାଇମଣ୍ଡ କ୍ଲବ୍ ଦ୍ୱାରା ଆୟୋଜିତ ରାତ୍ରିକାଳୀନ କ୍ରିକେଟ ମ୍ୟାଚ୍ ରେ ୮ ଟି ଦଳ ଭାଗ ନେଇଥିଲେ । ଫାଇନାଲ ରେ ହରିପୁର ଟିମ ଡ଼ାହାଳପୁର ଟିମ କୁ ଭେଟିଥିଲା । ହରିପୁର ଟସ ଜିତି ନିର୍ଦ୍ଧାରିତ ୬ ଓଭର ଖେଳରେ ସମସ୍ତ ଉଇକେଟ ହରାଇ ୪୬ ରନ୍ ସଂଗ୍ରହ କରିଥିଲା । ତାର ଜବାବରେ ଡ଼ାହାଳପୁର କ୍ରିକେଟ ଟିମ୍ ୫ ଓଭର ୪ ବଲ ଖେଳି ୪୭ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ଯୋଗଦେଇ ଡ଼ାହାଳପୁର ଟିମ କୁ ଚମ୍ପିଆନ ଟ୍ରଫି ସହ ନଗଦ ୪ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ହରିପୁର ଟିମ କୁ ରନର୍ସ କପ ଓ ନଗରଦ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମ୍ୟାଚ ରେ ଲିପୁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ବାବୁ ମ୍ୟାନ୍ ଅଫ ଦି ସିରିଜ ହୋଇଥିଲେ । ଅନୁଷ୍ଠାନର ସଦସ୍ୟ ରଂଜିତ କୁମାର ପଟ୍ଟନାୟକ, ସମ୍ବିତ କୁମାର ପଟ୍ଟନାୟକ ଓ ସରୋଜ କାନ୍ତ ନାୟକ ଖେଳ ପରିଚାଳନା କରିଥିବାବେଳେ ବିଜେଡ଼ି ନେତା ରବି ସାମଲ ଖେଳ ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.