Tuesday , March 21 2023
Breaking News
Home / ରାଜନୀତି / ମୁଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେଜୟପାଟଣା ଥାନା ରେ ଅଭିଯୋଗ, କାର୍ୟ୍ୟନୁଷ୍ଠାନ ଦାବି କଲା କଂଗ୍ରେସ ଦଳ

ମୁଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେଜୟପାଟଣା ଥାନା ରେ ଅଭିଯୋଗ, କାର୍ୟ୍ୟନୁଷ୍ଠାନ ଦାବି କଲା କଂଗ୍ରେସ ଦଳ

କଳାହାଣ୍ଡି ୨୩/୦୧/୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଗତ ୧୪ ତାରିଖ ମେଗା ଲିଫ୍ଟ ପଏଣ୍ଟ ଲୋକାର୍ପଣ ପାଇଁ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟ ରେ ଖୋଦ୍ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ, ପ୍ରଦୀପ ଦିଶାରୀ, ୫ଟି ସଚୀବ ଭି କେ ପାଣ୍ଡିଆନ୍ ଏବଂ ବିଭିନ୍ନ ଜନ ପ୍ରତିନିଧି, ସରକାରୀ କର୍ମଚାରୀ ମାନେ କୋଭିଡ୍ ଆଇନ୍ ଖିଲାପ କରିଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ବ୍ଲକ୍ କଂଗ୍ରେସ ସଭାପତି ଗଙ୍ଗାଧର ପାତ୍ର ଙ୍କ ନେତୃତ୍ବରେ ବ୍ଲକ୍ କଂଗ୍ରେସ କର୍ମକର୍ତ୍ତା ମାନେ ଆଜି ଜୟପାଟଣା ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କୋଭିଡ୍ ଆଇନ୍ ଉଲଙ୍ଘନ କରି ଦଳୀୟ କର୍ମୀ ମାନଙ୍କୁ ବସ୍ ଯୋଗେ ପରିବହନ, ବିଭିନ୍ନ ପଞ୍ଚାୟତରେ ବିଧାୟକ ମାନଙ୍କ ଜନ ସମାବେଶ, ସରକାରୀ କାର୍ୟ୍ୟକ୍ରମ କୁ ଦଳୀୟ କାର୍ୟ୍ୟକ୍ରମ ରୂପେ ଦଳୀୟ ପତାକା, ବ୍ୟାନର, ବ୍ୟବହାର କରି ତିନିହଜାର ରୁ ଉର୍ଦ୍ଧ ଲୋକଙ୍କ ସମାବେଶ କରି ସରକାରୀ ଅର୍ଥର ଦୁରୂପଯୋଗ କରାଯାଇଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। କାର୍ୟ୍ୟକ୍ରମ ରେ ବ୍ଲକ୍ ସଭାପତି ଙ୍କ ସମେତ ପୂର୍ବତନ ବ୍ଲକ୍ ସଭାପତି ପ୍ରକାଶ ଦୁରିଆ, ପୂର୍ବତନ ସରପଞ୍ଚ ପୁରୁଷୋତ୍ତମ ମାଝୀ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.