Friday , March 31 2023
Home / ବିଶେଷ / ମାହାଙ୍ଗା ଡବଲ ମର୍ଡର ଘଟଣାର ନବମ ଅଭିଯୁକ୍ତ ର ଆତ୍ମସମର୍ପଣ

ମାହାଙ୍ଗା ଡବଲ ମର୍ଡର ଘଟଣାର ନବମ ଅଭିଯୁକ୍ତ ର ଆତ୍ମସମର୍ପଣ

ସାଲେପୁର,୨୩/୦୧/୨୦୨୧(ଓଡ଼ିଶା ସମାଚାର)- ମାହାଙ୍ଗା ଡବଲ ମର୍ଡର ଘଟଣାରେ ନବମ ଅଭିଯୁକ୍ତ ମଳୟ ବାରିକ ସାଲେପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛି। ଶୁକ୍ରବାର ଅପରାହ୍ଣରେ ସେ ଓକିଲ ସହାୟତାରେ ସାଲେପୁର ଜେଏମଏଫସି କୋର୍ଟକୋର୍ଟକୁ ଯାଇଥିଲା।
ସୂଚନାଯୋଗ୍ୟ, ଗତ ୨ ତାରିଖରେ ମାହାଙ୍ଗା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦାଦା ଦିବ୍ୟସିଂ ବରାଳଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ରାଜନୈତିକ ଶତ୍ରୁତା ଓ ଦୁର୍ନୀତିର ରହସ୍ୟ ଖୋଲିବାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ନେଇ ବିଜେପି ଓ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୫ଟି ଟିମ୍ ଗଠନ ହୋଇଥିଲା। ଉକ୍ତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଦ୍ୟାବଧି ୮ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ସେମାନେ ହେଉଛନ୍ତି ପଞ୍ଚାନନ ସେଠୀ, କୈଳାସ ଖଟୁଆ, ଅରବିନ୍ଦ ଖଟୁଆ, ଉମେଶ ଖଟୁଆ, ଚୈତନ୍ୟ ସେଠୀ, ଲଳିତ ମୋହନ ବରାଳ, କ୍ଷିତୀଶ ଆଚାର୍ୟ୍ୟ ଓ ଭିକାରି ଚରଣ ସ୍ୱାଇଁ । ଓଡ଼ିଶା ସମାଚାର

Leave a Reply

Your email address will not be published.