ଭୁବନ,୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ‘ଦେଶପ୍ରେମ ଦିବସ’ ପାଳିତ ହୋଇଯାଇଛି । ଏନସିସି ଅଫିସର ପ୍ରମିଳା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଅନୁପମା ମିଶ୍ର,ପ୍ରଣତୀ ବେହେରା ,ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଓ ନିରଂଜନ ନାୟକ ପ୍ରମୁଖ ଯୋଗଦେଇଉପସ୍ଥିତ କ୍ୟାଡେଟ ଏବଂ ଛାତ୍ରୀ ମାନଙ୍କୁ ଦେଶପ୍ରେମର ବାର୍ତା ପ୍ରଦାନ କରି ‘ଦେଶକୁ ଭଲପାଅ’ ବୋଲି ଆହ୍ୱାନ କରିବା ସହିତ ରାଷ୍ଟ୍ରଗଠନରେ ନିଜକୁ ସାମିଲ କରିବା ନିମନ୍ତେ ଶପଥପାଠ କରାଇଥିଲେ । ଏହି ଅବସରରେ କୃତୀ କ୍ୟାଡେଟ ଓ ଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର