ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାଆଖି ଅଂଚଳରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଅଧ୍ୟକ୍ଷ କ୍ରାନ୍ତିଦ୍ରଷ୍ଟା ସୁଧାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଡ଼. ରେଣୁବାଳା ସାମନ୍ତରାୟ,ସ୍ୱଦେସ୍ନା ସାମନ୍ତରାୟ, ଅଧ୍ୟାପକ ସମୀର କୁମାର ରାଉରାୟ ଓ ଅଭିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନେତାଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସେହିପରି ମଳିପଡ଼ାସ୍ଥିତ ବାଙ୍ଗୁର ଶିକ୍ଷା ସଦନଠାରେ ପ୍ରଧାନ ଶିକ୍ଷକ ଗୈାରହରୀ ମିଶ୍ରଙ୍କ ସଭାପତିତ୍ୱରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ନେତାଜୀଙ୍କ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ନେତାଜୀ ପ୍ଲିକ ସ୍କୁଲ ନିରାକାରପୁରଠାରେ ପ୍ରଧାନଶିକ୍ଷୟତ୍ରୀ ସୁଜାତା ଦାସଙ୍କ ପୈାରହିତ୍ୟରେ କୋଭିଡ଼ ନିୟମ ପାଳନ କରି ଅଳ୍ପ ସଂଖ୍ୟକ ଶିକ୍ଷୟତ୍ରୀଙ୍କୁ ନେଇ ନେତାଜୀ ଜୟନ୍ତୀ ପାଳନ କରାଯାଇଛି । ଓଡ଼ିଶା ସମାଚାର