ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ ନ୍ୟାୟ ଦେବାରେ ବିଫଳ ଯୋଗୁ କେତେବେଳେ ପୋଲିସ ବିପକ୍ଷରେ ବିଭିନ୍ନ ନାରା ଦେଇ ରାସ୍ତା ରୋକ ହେଉଛିତ କେତେବେଳେ ଥାନା ଆଗରେ ଅନଶନ ହେଉଛି । ଏଥିପାଇଁ ଥାନାଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଶୁକ୍ରବାର ଦିନ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଥାନା ପରିସରରେ ଦେଖିବାକୁ ମିଳିଛି । ନ୍ୟାୟ ଦାବିରେ କିଛ ମହିଳା ପୁରୁଷ ମୁଣ୍ଡଫଟା ଖରାରେ ଥାନା ସମ୍ମୁଖରେ ଧାରଣ ଦେଇଥିବା ଦେଖିବାକୁ ମିଳିଛି । ଏନେଇ ନ୍ୟାୟ ପାଇଁ ଧାରଣରେ ବସିଥିବା ରଶ୍ମିତା ନାୟକଙ୍କ ଲିଖିତ ଅଭିଯୋଗରୁ ଜଣାପଡିଛି ଯେ ଗତ ୭/୬/୨୦୨୧ତାରିଖରେ ତାଙ୍କ ସ୍ୱାମୀ ଗଗନ ନାୟକଜିଏକି ଜଣେ (ସୁନା,ରୁପା,ବେପାରୀ)ବେପାର କରିବା ପାଇଁ ଯାଉଥିବା ବେଳେ ଉକ୍ତ ଥାନା ଅନ୍ତର୍ଗତ କମାଗୁରୁ-ଟାେଙ୍କାଳ ରାସ୍ତା ମଝିରେ କିଛି ଯୁବକ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସ୍ୱାମୀଙ୍କ ଠାରୁ ସମସ୍ତ ସୁନା,ରୁପା,ମୋବାଇଲ,ଓ ମଟରସାଇକେଲ ଲୁଟିନେଇଥିଲେ । ଯାହାର ମୂଲ୍ୟ ଦୁଇଲକ୍ଷ ପଚାସ ହଜାର ଟଙ୍କା । ଏନେଇ ଜଙ୍କିଆ ଥାନା କେସ୍ ନମ୍ବର ୯୫/୨୦୧୯ରେ ଏକ ମାମଲା ରୁଜ କରି ପୋଲିସ ବସିରହିଥିବା ବେଳେ ପରିବାର ଲୋକ ସେ ଲୁଟେରାମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ଏବଂ ସେ ମଧ୍ୟ ଚୋରି କରିଛି ବୋଲି ମାନି ଅନ୍ୟମାନଙ୍କ ନାମ ପ୍ରକାଶ କରିଥିଲା । ଅନ୍ୟ ମାନଙ୍କ ନାମ ଜାଣିବା ପରେ ଜଙ୍କିଆ ପୋଲିସ ନ ସୁଣିବାରୁ ପରିବାର ଲୋକ ଖୋର୍ଦ୍ଧା ଏସ୍ ପିଙ୍କ ଦ୍ୱାରସ୍ତ ହେବାରେ ଖୋର୍ଦ୍ଧା ପୋଲିସ ଆଉ ଜଣେ ଲୁଟେରାକୁ ଧରିଥିଲେ । ଏବଂ ସେ ମଧ୍ୟ ଅନ୍ୟ ୫ଜଣଙ୍କ ନା ପ୍ରକାଶ କରିଥିଲେ ହେଲେ ହେଲେ ଏହି ୫ଜଣ ଗାଁ ଗଣ୍ଡାରେ ରହି ଉକ୍ତ ପରିବାରକୁ ଦେଖାଇ ଶିକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରିଦେବାକୁ ଧମକ ଚମକ ଦେଉଛନ୍ତି । ଏନେଇ ଜଙ୍କିଆ ପୋଲିସକୁ ୧ବର୍ଷ ୭ମାସ ଭିତରେ ୧୦୦ଥର ପରିବାର ଜଣାଇଥିଲେ ମଧ୍ୟ ଜଙ୍କିଆ ପୋଲିସ ନିରବ ରହିବାରୁ ଉକ୍ତ ପରିବାର ସଦସ୍ୟମାନେ ଶୁକ୍ରବାର ଜଙ୍କିଆ ଥାନା ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ସକାଲ ସାଢେ୧୦ଟା ଠାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଧାରଣରେ ବସିରହିଥିଲେ । ପୋଲିସ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବାରୁ ଧାରଣରୁ ଉଠିଲୁବୋଲି ରଶ୍ମିତା ନାୟକ ପ୍ରକାଶ କରିଛନ୍ତି । ଏନେଇ ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ଙ୍କୁ ପଚାରିବାରେ ସେମାନେ ସେମାନଙ୍କର ଚୋରିଯାଇଥିବା ଜିନିଷ ରିକଭରି ପାଇଁ ଧାରଣାରେ ବସିଥିଲେ ଏବଂ ସେ ତାଙ୍କର ଉଠି ଗଲେ ବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର