Monday , March 20 2023
Breaking News
Home / ରାଜନୀତି / ନିରାକାରପୁର ମଣ୍ଡଳର ପ୍ରଶିକ୍ଷଣ ଶିବିରରେ ବକ୍ତାଙ୍କ ମତ ତ୍ୟାଗ ତପସ୍ୟା ଓ ବଳିଦାନର ପାର୍ଟି ବିଜେପି

ନିରାକାରପୁର ମଣ୍ଡଳର ପ୍ରଶିକ୍ଷଣ ଶିବିରରେ ବକ୍ତାଙ୍କ ମତ ତ୍ୟାଗ ତପସ୍ୟା ଓ ବଳିଦାନର ପାର୍ଟି ବିଜେପି

ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ନିରାକାରପୁର ମଣ୍ଡଳର ପ୍ରଶିକ୍ଷଣ ଶିବିର ରାମେଶ୍ୱରସ୍ଥିତ ଦଳିୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ବରିଷ୍ଠ ନେତା କୃଷ୍ଣ ଜଗବ୍ଦେବ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଜେପିର ଇତିହାସ ଓ ବିକାଶ ଶିର୍ଷକ ବକ୍ତବ୍ୟରେ ବିଜେପି ତ୍ୟାଗ ତପସ୍ୟା ଓ ବଳିଦାନର ପାର୍ଟି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟ କର୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ସମର୍ପିତ ମନୋଭାବ ଆଜି ଦଳକୁ ଶକ୍ତିଶାଳୀ କରିଛି ବୋଲି ସେ କହିଥିଲେ । ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ ଓ କୃଷକ ନେତା କେଳୁ ଜଗବ୍ଦେବ ନିଜସ୍ୱ ଉଦଘାଟନୀ ଅଭିଭାଷଣରେ ସଂଗଠନକୁ ମଜଭୁତ କରି ଆଗାମୀ ଦିନରେ ଯଶସ୍ୱୀ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଏବଂ ଶିବିର ପ୍ରମୁଖ ବିଜୟ ଜୟସିଂହଙ୍କ ସଂଚାଳନାରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ୨୦୦ ଜଣ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ପାଂଚ ଗୋଟି ସୂତ୍ରରେ ୧୦ ଗୋଟି ବିଷୟ ବସ୍ତୁ ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ମଣ୍ଡଳ ଅନ୍ତର୍ଗତ ୭ଗୋଟି ପଂଚାୟତରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ହିନ୍ଦୁ ଜାଗରଣ ସାମୁଖ୍ୟର ରାଜ୍ୟ ଆବାହକ ଅଜିତ କୁମାର ପଟ୍ଟନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରଂଜନ ମଙ୍ଗରାଜ, ଜିଲ୍ଲା ଉପସଭାନେତ୍ରୀ ରୋଜିନା ରାଣୀ ଦାଶ ଓ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକ ପ୍ରମୁଖ ନିଜ ନିଜର ବିଷୟ ଉପସ୍ଥାପନ କରି ପ୍ରଶିକ୍ଷଣ ଦେଇଥିଲେ । ପୂର୍ବତନ ମଣ୍ଡଳ ସଭାପତି ପବିତ୍ର ମୋହନ ସାହୁ, ମହିଳା ମୋର୍ଚ୍ଚା ସମ୍ପାଦିକା ରୂନୁବାଳା ତ୍ରୀପାଠୀ, କୃଷକ ମୋର୍ଚ୍ଚା ସଭାପତି ମଧୁସୂଦନ ପାଟଶାଣୀ, ରାମେଶ୍ୱର ପଂଚାୟତ ପ୍ରମୁଖ କୈଳାସ ଚନ୍ଦ୍ର ସାହୁ ଓ ନିଳାଦ୍ରୀ ପ୍ରସାଦ ତ୍ରୀପାଠୀ ପ୍ରମୁଖ କାର୍ଯ୍ୟକର୍ତାମାନେ ବିଭିନ୍ନ ସତ୍ରରେ ଅଧ୍ୟକ୍ଷତା କରିଥିଲେ । ଯୁବ ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ମାନସ ରଂଜନ ବିଶ୍ୱାଳ, ମୁକେଶ ସେନାପତି, କେଦାର ସାହୁ, ବଳିଷ୍ଠ କାର୍ଯ୍ୟକର୍ତା ବୈକୁଣ୍ଠ ବେହେରା, ଦେବୀ ପ୍ରସାଦ ମହାନ୍ତି, ଦେବାଶିଷ ମହାପାତ୍ର, ନାରୀ ନେତ୍ରୀ ସ୍ୱର୍ଣ୍ଣଲତା ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ । ଆରମ୍ଭ ରୁ ସାଂସଦ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ଅତିଥି ପରିଚୟ ସହିତ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.