ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଂଚାୟତ ଆନୁକୁଲ୍ୟରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି ।ପ୍ରାତଃ ସମୟରେ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ , ନିରାକାରପୁର ସରପଂଚ ହୃଷିକେଶ ରାଉତରାୟ ଓ ପଦାର୍ଥ ବିଜ୍ଞାନ ବିଜ୍ଞାନଗାର ପ୍ରଶିକ୍ଷକ ଶଙ୍କର୍ଷଣ ପ୍ରଧାନ ପତାକା ଉତୋଳନ କରିବା ପୂର୍ବକ କଲେଜ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଡ଼. ଋଥ ନେତାଜୀଙ୍କ ତ୍ୟାଗପୁତ ଜୀବନ ଉପରେ ଆଲୋକପାତ କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପଂଚାୟତ ତରଫରୁ ଜୟନ୍ତୀ ପାଳନରେ ଜନ୍ମେଜୟ ପାଇକରାୟ, ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକ, ଦ୍ୱାରିକାନାଥ ପ୍ରଧାନ,ଦୀପକ ସାମନ୍ତରାୟ ଓ ଡ଼ମ୍ବୁରଧର ରାଉରାୟ ପ୍ରମୁଖ ସହାୟତା କରିଥିଲେ । ପୂର୍ବାହ୍ନରେ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ତରଫରୁ ଜାତୀୟ ସେବା ଯୋଜନାର ସ୍ୱେଛାସେବୀମାନେ ଅଧ୍ୟାପକ ପ୍ରସନ୍ନ କୁମାର ନାୟକଙ୍କ ନେତୃତ୍ୱରେ ନେତାଜୀଙ୍କ ପ୍ରତିମୂର୍ତି ସ୍ଥଳରେ ପହଂଚି ଦୀପଦାନ କରିଥିଲେ । ଓଡ଼ିଶା ସମାଚାର