Saturday , April 1 2023
Breaking News
Home / ବିଶେଷ / ନଳକୂପ ଅଚଳ , ପାଣି ଟୋପାଏ ପାଇଁ ଡ଼ହଳ ବିକଳ ହେଉଛନ୍ତି ଗ୍ରାମବାସୀ

ନଳକୂପ ଅଚଳ , ପାଣି ଟୋପାଏ ପାଇଁ ଡ଼ହଳ ବିକଳ ହେଉଛନ୍ତି ଗ୍ରାମବାସୀ

ପରଜଙ୍ଗ, ୨୨/୦୧/୨୦୨୧ (ଓଡ଼ିଶା ସମାଚାର)- ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଆଜକୁ ଏକ ମାସ ହେବ ନଳକୂପ ଖରାପ ହୋଇ ପଡ଼ିଅଛି , ଯାହା ଫଳରେ ଗ୍ରାମର ଲୋକମାନେ ପାଣି ଟୋପାଏ ପାଇଁ ଡ଼ହଳ ବିକଳ ହେଉଛନ୍ତି । ଏକ ମାସ ହେବ ଯନ୍ତ୍ରୀ ଓ ଅଧିକାରୀ ଙ୍କୁ ଏହି ବାବଦରେ ଗ୍ରାମବାସୀ ଯେତେ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ । ଏହି ନଳକୂପ ଟିର ତୁରନ୍ତ ମରାମତି କାର୍ୟ୍ୟ କରିବା ସହ ଲୋକମାନଙ୍କର ପାଣି ସମସ୍ୟା ଦୂର କରିବା ପାଇଁ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ଗ୍ରାମର ରସାନନ୍ଦ ମାଝୀ, ସିପୁନ ସାମଲ ସାଧୁ ମାଝୀ, ସୁମନ୍ତ ସାହୁ, ଦ୍ଵାରିକା ମାଝୀ, ଏବଂ ସମସ୍ତ ଗ୍ରାମବାସୀ ମାନେ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.