ପାରାଦୀପ,୨୩/୦୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥିତ ପାରଦୀପ ରିଫାଇନାରୀ ର ଶ୍ରମିକ ମାନଙ୍କୁ ନକଲି କୋଭିଡ୍ ନେଗେଟିଭ୍ ରିପୋର୍ଟ ବିକ୍ରି ଘଟଣା ର ପର୍ଦାଫାଶ କରିଛି ଅଭୟଚାନ୍ଦପୁର ପୋଲିସ୍ । ଏହି ଘଟଣା ରେ ଜଣଙ୍କୁ ଗିରଫ କରିବା ସହ ଲ୍ୟାପଟପ୍, ପ୍ରିନ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ପାରାଦୀପ ରିଫାଇନାରୀ ରେ କାମ କରିବାକୁ ହେଲେ ପ୍ରଥମେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବା ପାଇଁ ନିୟମ ରହିଛି । ଅଭୟଚାନ୍ଦପୁର ଥାନା ପଛ ପଟରେ ନିକଟସ୍ଥ ଡାଲିମପୁର ର କାଳନ୍ଦି ତରାଇ ଦୀର୍ଘ ଦିନ ହେବ ଜେରକ୍ସ ଦୋକାନ କରିଥିଲେ । ଏହି ଜେରକ୍ସ ଦୋକାନ ରେ ମିଳୁଥିଲା ପାରଦୀପ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଜନୈକ ଡାକ୍ତର ଙ୍କ ସମେତ ଅନ୍ୟ ଡାକ୍ତର ଙ୍କ ର ଦସ୍ତଖତ ଥିବା କେରୋନା ନେଗେଟିଭ୍ ପ୍ରମାଣ ପତ୍ର । ଏଣୁ ପାରାଦୀପ ରିଫାଇନାରୀ କୁ ଆସୁଥିବା ଶ୍ରମିକମାନେ ନେଇ ଦାଖଲ କରୁଥିବା କୋଭିଡ୍ ନେଗେଟିଭ୍ ରିପୋର୍ଟ ନକଲି ବୋଲି ସୂଚନା ମିଳିବା ପରେ ଏହି ଘଟଣା ରେ ପୋଲିସ୍ କାଳନ୍ଦି ଙ୍କୁ ଗିରଫ କରିଛି । ପୋଲିସ୍ କାଳନ୍ଦି ଙ୍କ ଜେରେକ୍ସ ଦୋକାନ ରେ ପହଂଚି କାଗଜପତ୍ର ଯାଂଚ କରିବା ସହ ଏହି କାମ ରେ ବ୍ୟବହାର ହେଉଥିବା ଲ୍ୟାପଟପ୍,ପ୍ରିନ୍ଟର ଓ ଅନ୍ୟାନ ସାମଗ୍ରୀ ଜବତ କରିଛି । ଦୀର୍ଘ ଦିନ ହେବ ଡାକ୍ତର ଙ୍କ ଦସ୍ତଖତ କୁ ଜାଲ କରି କାଳନ୍ଦି ଏହି ବେପାର ଚଲାଇଥିଲା । କରୋନା ନେଗେଡ଼ିଭ ରିପୋର୍ଟ ପାଇଁ ଶ୍ରମିକ ମାନଙ୍କ ଠାରୁ ୨୦୦ ରୁ ୩୦୦ ଟଙ୍କା କାଳନ୍ଦି ନେଉଥିଲା । କରୋନା କଟକଣା ସମୟ ରେ ରିଫାଇନାରୀ ରେ କାମ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରମିକ ପାରାଦୀପ ରିଫାଇନାରୀ କୁ ଆସିଥିଲେ । ଥାନା ର ପଛପଟେ ଏହି ନକଲି କରୋନା ନେଗେଟିଭ୍ ରିପୋର୍ଟ କାରବାର ଦୀର୍ଘ ଦିନ ଧରି କିଭଳି ଚାଲିଥିଲା ଓ ପୋଲିସ୍ କୁ କିଭଳି ଜଣାପଡିନଥିଲା ସେ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର