Wednesday , March 29 2023
Home / ତାଜା ଖବର / ଜମିବାଡ଼ି ଗଣ୍ଡଗୋଳକୁ ନେଇ ସାଲେପୁର ଥାନା ଅଂଚଳରେ ହତ୍ୟାକାଣ୍ଡ

ଜମିବାଡ଼ି ଗଣ୍ଡଗୋଳକୁ ନେଇ ସାଲେପୁର ଥାନା ଅଂଚଳରେ ହତ୍ୟାକାଣ୍ଡ

ସାଲେପୁର ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଜମିବାଡ଼ି ଗଣ୍ଡଗୋଳକୁ ନେଇ ସାଲେପୁର ଥାନା ଅଂଚଳରେ ଏକ ହତ୍ୟାକାଣ୍ଡ ଘଟିଛି । ଅତ୍ୟାକରୀ ଜଣେ ନାବାଳକ ବୋଲି ଜଣାପଡ଼ିଛି । ସାଲେପୁର ଥାନା ମାଛୁଆତି ଗାଁ ରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ସତ୍ୟପ୍ରକାଶ ମଲ୍ଲିକ । ଅଭିଯୁକ୍ତ ନାବାଳକ ଓ ତାର ମାଆକୁ ପୋଲିସ୍ ଉଠାଇନେଇ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।
ଉିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସତ୍ୟାପ୍ରକାଶ ମଲ୍ଲିକ ସାଲେପୁର ବଜାର ରୁ ଚାଲି ଚାଲି ଯାଉଥିବା ସମୟରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ହୋଇ ଲୁଚି ରହିଥିବା ଜଣେ ନାବାଳକ ହଠାତ ଖଣ୍ଡାରେ ପଛପଟୁ ଆକ୍ରମଣ କରିଥିଲା । ଗୁରୁତର ଆହତ ସତ୍ୟପ୍ରକାଶ ଙ୍କୁ ପ୍ରଥମେ ସାଲେପୁର ମେଡିକାଲ କୁ ନିଆଯାଇଥିଲା । ଗୁରୁତର ଅବସ୍ଥାରେ ସତ୍ୟପ୍ରକାଶ ମଲ୍ଲିକ କୁ କଟକ ବଡ ମେଡିକାଲ କୁ ସ୍ଥାନନ୍ତର କରାଯାଇଥିଲା । କଟକ ରେ ସତ୍ୟପ୍ରକାଶଙ୍କର ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।ସାଲେପୁର ପୋଲିସ ଅଭିଯୁକ୍ତ ନାବାଳକ ଓ ତାର ମାଆ କୁ ସାଲେପୁର ଥାନାରେ ଅଟକ ରଖି ପଚରାଉଚରା କରୁଛି। ଜମିବାଡ଼ି ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳୁଛି ଓଡ଼ିଶା ସମାଚାର

Leave a Reply

Your email address will not be published.