Monday , March 27 2023
Breaking News
Home / ତାଜା ଖବର / ଚଉମୁହାଣୀ ମା’ ରାମଚଣ୍ଡୀ ମନ୍ଦିରରୁ ପୁଣି ଚୋରୀ – ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଚଉମୁହାଣୀ ମା’ ରାମଚଣ୍ଡୀ ମନ୍ଦିରରୁ ପୁଣି ଚୋରୀ – ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ପ୍ରସିଦ୍ଧ ଚଉମୁହାଣୀ ମା’ ରାମଚଣ୍ଡୀ ( ଦରିଆ ରାମଚଣ୍ଡୀ ) ମନ୍ଦିରରୁ ଚୋରି ହୋଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ମନ୍ଦିରରୁ ଚୋରମାନେ ସମସ୍ତ ସୁନା ଅଳଙ୍କାର ଲୁଟି ନେଇଛନ୍ତି ।
ସୂଚନାନୁସାରେ, ମହାକାଳପଡା ଜମ୍ବୁ ସାମୂଦ୍ରିକ ଥାନା ଅନ୍ତର୍ଗତ ରାମନଗରଠାରେ ଅବସ୍ଥିତ ଦରିଆପାରି ମା’ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ପୂର୍ବରୁ ୨୦୧୪ ମସିହାରେ ଥରେ ଓ ୨୦୧୭ ମସିହାରେ ଆଉଥରେ ଚୋରୀ ହୋଇଥିଲା । ଏବେ ପୁଣି ଚୋରୀ ହୋଇଛି । ଏହିପରି ୩ ଥରରେ ମା ଙ୍କର ସୁନା ଗହଣା ସବୁ ଲୁଟ ହେଉଥିବାବେଳେ ପୁଲିସ ଚୋର ଧରିବାରେ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି । ଅତିଶୀଘ୍ର ଲୁଟେରା ମାନଙ୍କୁ ଗିରଫ କରାଯିବା ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା ।
ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି। ଯଥାଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

 

Leave a Reply

Your email address will not be published.