ମାହାଙ୍ଗା ୨୩/୦୧/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଏ ଜାତିର ସ୍ମରଣୀୟ ଇତିହାସ । ଦିନେ ସେମାନଙ୍କ କ୍ରାନ୍ତିକାରୀ ଆହ୍ୱାନ ସମଗ୍ର ଭାରତ ବର୍ଷର କୋଣ ଅନୁ କୋଣରେ ଝଙ୍କୃତ ହେଉଥିଲା ।
କଳିଙ୍ଗ ଭାରତୀ ଫାଉଣ୍ଡେସନ,ଶ୍ରୀ ହନୁମାନ ଭକ୍ତ ମଣ୍ଡଳୀ ସେବାଟ୍ରଷ୍ଟ ଉମର ଏବଂ ଶ୍ରୀ ଜଗନ୍ନାଥ ଚେତନା ସମନ୍ୱୟ ସମିତି ଗୁରୁଗ୍ରାମ ର ମିଳିତ ଅନୁକୁଲ୍ୟରେ ବିଶିଷ୍ଟ ଶିକ୍ଷାବିତ ସାହିତ୍ୟିକ ବ୍ରଜ ସୁନ୍ଦର ନାୟକଙ୍କ ଅଧ୍ୟକ୍ଷତାରେ ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାପୀଠ ଉମର ପ୍ରାଙ୍ଗଣରେ ଆୟୋଜିତ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ଥିବା ଅତିଥିମାନେ ଏହା କହିଥିଲେ । କଳିଂଗଭାରତୀ ଫାଉଣ୍ଡେସନ ସଭାପତି ଅକ୍ଷୟ କୁମାର ସାମଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ “ପରାକ୍ରମୀ ଦିବସ” ଉତ୍ସବରେ ପଞ୍ଚାୟତ ସମିତି ଚେୟାରମ୍ୟାନ ଶରତ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୁଇ ମହାନ ଜନନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବରେ ସାହିତ୍ୟିକ ବିପିନ ବିହାରୀ କର, ସମ୍ମାନିତ ଅତିଥି ଭାବେ ଏସୟୁଜେ କଟକ ଜିଲ୍ଲା ସଂଘ ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି, ସମ୍ମାନିତ ବକ୍ତା ଭାବେ ନାହାଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ,ପ୍ରଧାନଶିକ୍ଷକ ଚୌଧୁରୀ ରମାକାନ୍ତ ପ୍ରହରାଜ,ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମହାପାତ୍ର, ପ୍ରମୁଖ ଯୋଗଦେଇ ନେତାଜୀ ସୁଭାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଦେଶ ଭକ୍ତିର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ ।
କଳିଙ୍ଗ ଭାରତୀର ବରିଷ୍ଠ ସଦସ୍ୟ ପବିତ୍ର ମୋହନ ପ୍ରଧାନ ଆଦ୍ୟ କଥନ କହିଥିବା ବେଳେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ କବି ପ୍ରଫୁଲ୍ଲ ସାହୁ । ସିଆରସିସି ରମାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ । ବିଜୟ କୁମାର ସାମଲ, ସଞ୍ଜୟ ମହାନ୍ତି ଉତ୍ସବ ପରିଚାଳନା କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜ୍ଜନ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ଏକ ଦେଶପ୍ରେମ ଓ ଜାତୀୟତା ଭାବଧାରା ସମ୍ବଳିତ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା ।ଏହି କବିତା ଆସରରେ କବି ଧନେଶ୍ୱର ପ୍ରଧାନ, ଶ୍ୟାମସୁନ୍ଦର ଲେଙ୍କା, ରାଜକିଶୋର ମିଶ୍ର, ପ୍ରଫୁଲ୍ଲ ସିଂ, ମନୋଜ ମହାପାତ୍ର, ପ୍ରଫୁଲ୍ଲ ସାହୁ, ଗୌତମ ଜେନା, ଆଲେମ ନବି ପ୍ରମୁଖ ବହୁ କବି ଯୋଗଦେଇଥିଲେ । ଓଡିଶା ସମାଚାର