Monday , March 27 2023
Breaking News
Home / ବିଶେଷ / କଟକ ଜାନକୀନାଥ ଭବନ ଠାରେ ନେତାଜୀସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

କଟକ ଜାନକୀନାଥ ଭବନ ଠାରେ ନେତାଜୀସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ନେତାଜୀଙ୍କ ପରାକ୍ରମଯୁବପିଢିଙ୍କୁଶତାବ୍ଦିଶତାବ୍ଦି ଧରି ପ୍ରେରିତ କରିବ -ଧର୍ମେନ୍ଦ୍ର ପ୍ରଧାନ
କଟକ,୨୩/୦୧/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କପରାକ୍ରମତଥାଦେଶ ସ୍ୱାଧୀନତା ପାଇଁତାଙ୍କର ସଂଘର୍ଷ, ତ୍ୟାଗ,ବଳିଦାନଓ ସଂସ୍କାରଯୁବପିଢିଙ୍କୁଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବବୋଲି ଶନିବାରନେତାଜୀଙ୍କ୧୨୫ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନ ଠାରେଥିବା ପ୍ରତିମୂର୍ତିରେମାଲ୍ୟାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତନ୍ତ୍ର ସଂଗ୍ରାମର ଅଗ୍ରଣୀ ନେତାଜୀ ସୁଭାଷଚନ୍ଦ୍ରବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜକୁ ଗୌରବାନ୍ୱିତ ମନେକରୁଛି । ନେତାଜୀଙ୍କ ସଂଘର୍ଷ, ବଳିଦାନ, ତ୍ୟାଗର ଗାଥାକୁ ଆଗକୁ ନେବା ପାଇଁ ଚଳିତବର୍ଷ ଠାରୁ ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ଭାବେପାଳନ କରିବା ପାଇଁଭାରତ ସରକାର ନିଷ୍ପତି ନେଇଛନ୍ତି ।ଏହା ଫଳରେ ଆଗାମୀ ଶତାବ୍ଦି ଶତାବ୍ଦି ଯାଏ ନେତାଜୀଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଓ ତାଙ୍କ ବିଚାରଧାରାକୁଲୋକମାନେପଢ଼ିବା ସହ ପ୍ରେରିତ ହେବୋଦେଶରସ୍ୱତନ୍ତ୍ରତା ଆଣିବାରେ ନେତାଜୀଙ୍କ ନେତୃତ୍ୱ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି”ଏ ଦୁଇଟି ଶବ୍ଦ ଭାରତର ସେ ସମୟରେ ଯୁବକଙ୍କମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା । ନେତାଜୀଙ୍କୁ ଏହି ସଂସ୍କାର ଐତିହାସିକ କଟକ ସହରରୁ ମିଳିଥିଲା । ସଶସ୍ତ୍ର ସଂଗ୍ରାମର ମହାନାୟକ ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ । ଦେଶମାତୃକା ପାଇଁ ବଳିଦାନ ଦେବାରଅନନ୍ୟ ଉଦାହରଣସେସୃଷ୍ଟି କରିଥିଲେ ।ନେତାଜୀଙ୍କ ପରାକ୍ରମ ଓ ଦେଶଭକ୍ତି ଆଜିମଧ୍ୟ ଆମ ଯୁବପିଢିଙ୍କୁ ପ୍ରେରଣା ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.