ଢେଙ୍କାନାଳ,୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଂଚାୟତର ମହୁଲଖୋଳି ଗ୍ରାମ ଖେଳ ପଡିଆ ଠାରେ ୧୧ତମ ପ୍ରିୟବ୍ରତ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟିତ ହୋଇଯାଇଛି । ଦେଓଗାଁ ସରପଂଚ ସାଗରିକା ସାହୁ ମୁଖ୍ୟ ଅତିଥି ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଯୋରନ୍ଦା ଶାଖା କୃଷି ସଂପ୍ରସାରଣ ଅଧିକାରୀ ସ୍ୱୟଂଜିତ୍ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଗ୍ରାମାଂଚଳରେ ଏଭଳି ଟୁର୍ଣ୍ଣାମେଂଟ ଆୟୋଜନ, ଯୁବବର୍ଗଙ୍କ ମଧ୍ୟରେ ଶୃଙ୍ଖଳା, ସଦାଚାର ଓ ଖେଳୱାର୍ଡ ମନୋଭାବ ବୃଦ୍ଧିରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଗ୍ରାମ୍ୟ କମିଟି ସଭାପତି ଶ୍ରୀବତ୍ସ ସେଠୀ ଓ କପିଳ ଦେହୁରୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
ଉଦଘାଟନୀ ମ୍ୟାଚ୍ ରେ ଚନ୍ଦ୍ରଶେଖରପୁର କ୍ରିକେଟ୍ କ୍ଲବ୍-ନାଗିଆ ପଶି କ୍ରିକେଟ୍ ବ୍ଲକ୍କୁ ୪ ଉଇକେଟ୍ ଓ ଷଢଙ୍ଗୀ କ୍ରିକେଟ୍ କ୍ଲବ୍ ଭଗବାନପୁର କ୍ରିକେଟ୍ କ୍ଲବ୍କୁ ୭ ଉଇକେଟ୍ ରେ ପରାସ୍ତ କରିଥିଲେ । ଉଭୟ ମ୍ୟାଚ୍ ରେ ଗଣେଶ ନାଏକ ଓ ରୁଚି ସାମଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଟୁର୍ଣ୍ଣାମେଂଟ୍ ଆୟୋଜନ କମିଟି ଅଧ୍ୟକ୍ଷ ଗୋପବନ୍ଧୁ ବେହେରା, ସଭାପତି ଆଲୋକ ମହାଭୋଇ, ସଂପାଦକ ମାନସ ସେଠୀ, କୋଚ୍ ଲଲିପ୍ ବେହେରା, ବନମାଳୀ ଦେହୁରୀ, ହେମନ୍ତ ଗୋଚ୍ଛାୟତ ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ ଓ ବିଷ୍ମୁ ଦେହୁରୀ, ରଂଜିତ୍ ବାରିକ, ବ୍ରହ୍ମାନନ୍ଦ ମହାଭୋଇ, ଅମିଚାନ୍ଦ ବେହେରା, ଅମିତାଭ ବେହେରା, ବାଦଲ ବେହେରା, ଜୟକୃଷ୍ଣ ମହାଭୋଇ, ପିତବାସ ପୃଷ୍ଟି, ଗନ୍ଧର୍ବସେନ୍ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଂଟ୍ ରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ୧୬ ଗୋଟି ଦଳ ଅଂଶ ଗ୍ରହଣ କରୁଛନ୍ତି ଓ ଆସନ୍ତା ୩୦ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର