ଗରଦପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଷ୍ଟେଟବ୍ୟାଙ୍କ ପରିସରରେ ଆଜି ବ୍ୟାଙ୍କ ତରଫରୁ ଏକ ମେଗା ଋଣମେଳା ଆୟୋଜିତ ହୋଇଯାଇଛି। ଏଥିରେ ଚାରୋଟି ପଞ୍ଚାୟତ ଯଥା ତେଣ୍ଡାକୁଡ଼ା ,ପଳସୁଧା ବନ୍ତଳା ଏବଂ ତଳକୁସୁମା ପଞ୍ଚାୟତର ୨୮ ଟି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୫୦ ଲକ୍ଷ ପଚାଶ ହଜାର ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ଆଜିର କାର୍ୟ୍ୟକ୍ରମରେ ଘୋଷଣା କରାଯାଇଛି। ଆଜି ଆୟୋଜିତ ଏହି କାର୍ୟ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ଷ୍ଟେଟବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଉମାକାନ୍ତ ପୂଜାରୀ ମୂଖ୍ୟଅତିଥି ଭାବେ ଯୋଗ ଦେଇ ଏହା ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସୁଦୃଢ କରିବ ବୋଲି ମନ୍ତବ୍ୟ ଦେଇଥିବା ବେଳେ
ଅନ୍ୟମାନଙ୍କ ମଧ୍ୟରେ ଦେବୀ ପ୍ରସନ୍ନ ମହାନ୍ତି(ଜିଲ୍ଲା ବିକ୍ରୟ କେନ୍ଦ୍ର),ପଳସୁଧା ଶାଖା ପରିଚାଳକ ଶିବାନନ୍ଦ ଦାସ, ସ୍ଥାନୀୟ ସରପଞ୍ଚ ଅନୁଜ କୁମାର ମହାନ୍ତି, ପଳସୁଧା ଶାଖା କର୍ମଚାରୀ ପ୍ରିୟଙ୍କା ସେଠୀ (କ୍ଷେତ୍ର ଅଧିକାରୀ), ସୁପ୍ରଭା ରାଉତ, ପ୍ରିୟରଞ୍ଜନ ରାଉତ, ସୁନ୍ଦର ମୋହନ ବିନ୍ଧାଣି,ଦୁର୍ଗା ଘଡେଇ, ଦିଲ୍ଲୀପ୍ କୁମାର ନାୟକ,ଗ୍ରାହକ ସେବା କେନ୍ଦ୍ର ପତିନିଧି ରମାକାନ୍ତ ସିଂ ଏବଂ ବ୍ୟାଙ୍କ ମିତ୍ର ଝିଲି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର
