ଢେଙ୍କାନାଳ,୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ସଦାଶିବପୁର ଗ୍ରାମ ଖେଳପଡିଆଠାରେ ୭ମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଂଟ୍ ରେ ମୁଖ୍ୟ ଅତିଥି ଭାବେ ଉର୍ମିଳା ମିଶ୍ର ମେମୋରିଆଲ୍ ଟ୍ରଷ୍ଟ୍ ର ଅଧ୍ୟକ୍ଷ ତଥା ସମାଜସେବୀ ଦିଲ୍ଲୀପ୍ କୁମାର ତ୍ରିପାଠୀ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ସମାଜସେବୀ ପ୍ରତାପ ଦାସ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ଓ ଆର୍ଥିକ ପ୍ରୋତ୍ସାହନ ରାଶି ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ୮ଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ରେ ୧୬ଟି ଦଳ ଭାଗନେଇ ଅନ୍ତିମ ଦିବସରେ ଆୟୋଜକ ସଦାଶିବପୁରର ମା’ମଙ୍ଗଳା କ୍ରିକେଟ୍ କ୍ଲବ୍ ସହିତ ବେଡାପଡା ଗ୍ରାମର ମା’ଅନ୍ଧାରୀ କ୍ରିକେଟ୍ କ୍ଲବ୍ ର ଅନୁଷ୍ଠିତ ହୋଇଥିଲା ।
ମାତ୍ର ନିର୍ଦ୍ଧାରିତ ୧୫ ଓଭର୍ରେ ମା’ଅନ୍ଧାରୀ କ୍ରିକେଟ୍ କ୍ଲବ୍ ଟସ୍ ଜିଣି ୨୦୬ରନ୍ ସଂଗ୍ରହ କରିଥିଲା । ଜବାବରେ ମା’ ମଙ୍ଗଳା କ୍ରିକେଟ୍ କ୍ଲବ୍ ୧୫ ଓଭରରେ ୧୧୫ ରନ୍ କରି ସମସ୍ତ ଖେଳାଳି ଆଉଟ୍ ହୋଇ ୯୧ ରନ୍ ରେ ପରାସ୍ତ ହୋଇଥିଲେ । ଏହି ଫାଇନାଲ୍ ମ୍ୟାଚ୍ ରେ ୪୩ ବଲ୍ରୁ ୯୫ ରନ୍ ସଂଗ୍ରହ କରି ଅଶ୍ୱିନୀ ଶ୍ରେଷ୍ଠ ଖେଳାଳୀ ହୋଇଥିବାବେଳେ ଏବଂ ଟୁର୍ଣ୍ଣାମେଂଟ୍ ର ଶ୍ରେଷ୍ଠ ଖେଳାଳି ଭାବେ ରାମଚନ୍ଦ୍ର ଙ୍କୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟ୍ ରେ ମା’ମଙ୍ଗଳା କ୍ରିକେଟ୍ କ୍ଲବ୍ର ମାନସ, କାଳିଆ, ପ୍ରଶାନ୍ତ, ଅମର, ସୁନିଲ୍, ବୁବୁ ସହଯୋଗ କରିବା ସହ ଖେଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର