ଢେଙ୍କାନାଳ, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସ୍ଥାନୀୟ ସଦର ବ୍ଲକ୍ କଙ୍କଡାହାଡ ଠାରେ ବଜରଙ୍ଗ କ୍ଲବ୍ ର କଙ୍କଡାହାଡ ଶାଖା ଓ ସଦର ପୋଲିସ ଙ୍କ ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବଜରଙ୍ଗ କ୍ଲବ୍ ଶାଖାର ବହୁ ସଦସ୍ୟ ଯୋଗଦାନ କରି ହେଲମେଟ୍ ପିନ୍ଧିନଥିବା ଓ ସିଟ୍ ବେଲ୍ଟ ପିନ୍ଧିନଥିବା ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଓ ସଚେତନତା ପତ୍ର ଦେଇ ହେଲମେଟ୍ ପିନ୍ଧିବା ଓ ସମସ୍ତ ଟ୍ରାଫିକ୍ ନିୟମ ମାନିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଯେଉଁମାନେ ହେଲମେଟ୍, ସିଟ୍ ବେଲ୍ଟ୍ ପିନ୍ଧିଥିଲେ ଏବଂ ଟ୍ରାଫିକ୍ ନିୟମକୁ ମାନି ଯାତାୟତ କରୁଥିଲେ ସେମାନଙ୍କୁ ଚକୋଲେଟ୍ ଦେଇ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ପୂର୍ବାହ୍ନରେ ସଦର ଥାନାର ମହିଳା ସବ୍-ଇନିସ୍ପେକ୍ଟର ଭାନୁପ୍ରିୟା ମହାନ୍ତି, ଏ.ଏସ୍.ଆଇ କୁମ୍ଭକର୍ଣ୍ଣ ରାଉଳ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଏବଂ ଚକୋଲେଟ୍ ଦେଇ ଟ୍ରାଫିକ୍ ନିୟମ ଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବଜରଙ୍ଗ କ୍ଲବ୍ କଙ୍କଡାହାଡ ଶାଖାର ସଭାପତି ଜିତେନ୍ଦ୍ର ବେହେରା, ଉପସଭାପତି ଜ୍ୟୋତିରଞ୍ଜନ ସେଠୀ, ସଂପାଦକ ବିଶ୍ୱଜିତ୍ ବେହେରା, ସହ-ସମ୍ପାଦକ ଅଜିତ୍ ମହାରଣା, ସଭ୍ୟ ମଳୟ କୁମାର ବିନ୍ଧାଣୀ, ଚିନ୍ମୟ ବେହେରା, ମନୋଜ ସାହୁ, ଗୁଡୁ ବେହେରା, ଶିବାଶିଷ୍ ସାହୁ, ଦେବୀ ପ୍ରସାଦ ସାହୁ, ଚିଂଟୁଲ୍ ବେହେରା, ଶିଶିର ସେଠୀ, ଚିନ୍ମୟ ବେହେରା, ସିତୁ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଓଡ଼ିଶା ସମାଚାର