ଗରଦପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଗରଦପୁର ପଂଚାୟତସ୍ଥିତ ନଇନ୍ଦିପୁର ଗ୍ରାମରେ ଥିବା ବହୁମଖୀ ସଭା ଗୃହରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକ ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ତାଲିମ କାର୍ଯ୍ୟକ୍ରମକୁ ଗରଦପୁର ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ଗରଦପୁର ପଂଚାୟତ ସରପଂଚ ସୁକାନ୍ତୀ ମୁଦୁଲୀ ଉପସ୍ଥିତ ଥିଲାବେଳେ ମହିଳା ମହାସଭା ସଭାନେତ୍ରୀ ସସ୍ମିତା ରାୟ ଯୋଗଦେଇଥିଲେ । ମହିଳାମାନେ ବ୍ୟାଙ୍କ ଋଣ ନେଇ ଏହାର ସଠିକ ବିନିଯୋଗ କରି କିଭଳି ସ୍ୱାବଲମ୍ବି ହୋଇ ପାରିବେ , ସେ ସମ୍ପର୍କରେ ପ୍ରୋଗ୍ରାମ କୋଅର୍ଡ଼ିନେଟର ପ୍ରଭାତ ମହାନ୍ତି ପ୍ରଶିକ୍ଷଣ ଦେଇଥିଲେ । ଛତୁ ଏକ ଲାଭଜନକ ଚାଷ ହୋଇଥିବାରୁ ମହିଳା ମାନେ ଛତୁ ଚାଷ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ସହଜ ରାସ୍ତା ବୋଲି ତାଲିମ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ୧୯ ରୁ ଆରମ୍ଭ ହୋଇ ୧୦ ଦିନ ଚାଲିବାର ସ୍ଥିର ହୋଇଥିବା ସୂଚନା ଦିଆଯାଇଥିଲା । ଓଡ଼ିଶା ସମାଚାର
