ଗରଦପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତସ୍ଥିତ ହୁରାସାହି ଗ୍ରାମର ମା ଦୂର୍ଗା ଦେବୀଙ୍କ ପାଇଁ ଗ୍ରାମବାସୀ ଏକ ମନ୍ଦିର ନିର୍ମାଣର ପ୍ରୟାସ କରିଛନ୍ତି । ମନ୍ଦିର ନିର୍ମାଣ ପାଇଁ ଆଜି ଭୂମି ପୁଜନ ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ହବିଷ ପାଳନ କରାଯିବା ସହିତ ବ୍ରାହ୍ମଣ ପଣ୍ଡିତମାନେ ନିଷ୍ଠା ଓ କାଷ୍ଠାର ସହିତ ପୂଜାର୍ଚନା କରିଥିଲେ । ଗ୍ରାମର ପୁରୁଷ ଓ ମହିଳା ଶ୍ରଦ୍ଧାଳୁମାନେ ୧୦୮ କଳସୀରେ କରାଣ୍ଡିଆ ନଦୀର ଜଳ ଆଣି ଭୂମି ପୂଜନ ମଣ୍ଡପରେ ସ୍ଥାପନ କରିଥିଲେ । ଗ୍ରାମବାସୀଙ୍କ ଆମନ୍ତ୍ରଣ କ୍ରମେ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ ଯୋଗ ଦେଇଥିଲେ । ସେହିପରି ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଲକ ବିହାରୀ ଜେଠୀ, ରଘୁନାଥ ବସନ୍ତିଆ,ପ୍ରେମାନନ୍ଦ ରାଉତ,ବୈଷ୍ଣବ ବସନ୍ତିଆ, ପୃଥୁନାଥ ମହାନ୍ତି , ଆସିଶ ମହାନ୍ତି ,କେଶବ ମଲିକ,ବିଜୟ ମଲିକ,ଜିତେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର