Thursday , March 23 2023
Home / ବିଶେଷ / ବରିଷ୍ଠ ନେତା ସ୍ୱର୍ଗତ ସହଦେବ ଜେନା ଥିଲେ ଜଣେ ଉଦାର ହୃଦୟର ବ୍ୟକ୍ତି

ବରିଷ୍ଠ ନେତା ସ୍ୱର୍ଗତ ସହଦେବ ଜେନା ଥିଲେ ଜଣେ ଉଦାର ହୃଦୟର ବ୍ୟକ୍ତି

ନିରାକାରପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଜଣେ ବ୍ୟକ୍ତି ନିଜର ସତକର୍ମ, କର୍ତ୍ୟବନିଷ୍ଠ ଓ ପରୋପକାରିତା ପାଇଁ ଜନ ମାନସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି । ସେହିପରି ଜଣେ ବ୍ୟକ୍ତିତ୍ୱର ଅଧକାରୀ ଥିଲେ ବରିଷ୍ଠ ନେତା ସ୍ୱର୍ଗତ ସହଦେବ ଜେନା ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲକ୍ଷ୍ମୀବଜାରରେ ଅନୁଷ୍ଠିତ ସ୍ୱର୍ଗତ ସହଦେବ ଜେନାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବର ଶ୍ରଦ୍ଧାଞ୍ଜଳୀସଭାରେ ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ନିରାକାରପୁର ସମିତି ସଭ୍ୟ ବିପିନ କୁମାର ଜୟସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ, ନିରାକାରପୁର ସରପ ହୃଷିକେଶ ରାଉରାୟ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଦାଶ, ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ, ପଣ୍ଡିତ ବିରଂଚି ନାରାୟଣ ତ୍ରିପାଠୀ, ଶଙ୍କର୍ଷଣ ପ୍ରଧାନ, ପ୍ରଶାନ୍ତ କୁମାର ପାଟ୍ଟଶାଣୀ,ଗଙ୍ଗାଧର ତ୍ରିପାଠୀ , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟ, ବିଦୁଭୂଷଣ ମହାରଣା,ରାମଚନ୍ଦ୍ର ରଣସିଂହ,ଦେବରାଜ ଜେନା,ଲଲାଟେନ୍ଦୁ ରଥ ଓ ଜାମିନୀକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କର ଗୁଣଗାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.