ପାରଦୀପ ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ବିଗତ ଦୁଇ ରୁ ତିନିଦିନ ହେବ ପାରାଦୀପ ସହର ର ବିଭିନ୍ନ ସ୍ଥାନ ରେ କାଉମାନେ ମରି ପଡିଥିବା ଦେଖିବାକୁ ମିଳିଛି । ସହର ର ବଡପଡିଆ, ନୂଆବଜାର,ମଧୁବନ ଆଦି ଅଂଚଳ ରେ ଏହି କାଉମାନଙ୍କ ମୃତ ଦେହ ବିକ୍ଷିପ୍ତ ଭାବେ ପଡିଥିବା ଦେଖିବାକୁ ମିଳୁଛି । ଏହି କାଉ ମଡକ ଦେଖି ସାଧାରଣ ଲୋକଙ୍କ ମନ ରେ ବାଡ୍ ଫ୍ଲୁ ର ଆଶଙ୍କା ହେଖାଗଲାଣି । ପାରାଦୀପ ର ପ୍ରାଣୀଧନ ବିଭାଗ ର ଡାକ୍ତର ବାଡ୍ ଫ୍ଲୁ କଥା କୁ ଏଡାଇ ଦେଇଛନ୍ତି । କିଛି ଦିନ ପୂର୍ବ ରୁ ପାରାଦୀପ ର କିଛି ସ୍ଥାନ ରୁ ମଳ ସଂଗ୍ରହ ହୋଇଥିବା ସେ କହିଛନ୍ତି ହେଲେ ଏଥିରେ ବାଡ୍ ଫ୍ଲୁ ର ସୂଚନା ନ ଥିବା ସେ କହିଛନ୍ତି । ପାରାଦୀପ ରେ କାଉ ମଡକ କୁ ନେଇ ସାଧାରଣ ରେ ଆତଙ୍କ ଦେଲାଣି ।ରାସ୍ତା ଉପରେ, ରାସ୍ତା କଡ ରେ କାଉ ମରି ପଡୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡିଲେଣି । ସ୍ଥାନେ ସ୍ଥାନେ କୁକୁର ଏହି ମଲା କାଉ ମାନଙ୍କୁ ଖାଉଥିବା ର ଦେଖିବାକୁ ମିଳିଛି ।ପାରାଦୀପ ର ବିଭିନ୍ନ ସ୍ଥାନ ରେ ବିକ୍ରି ହେଉଥିବା କୁକୁଡା ର ନମୁନା ପରୀକ୍ଷା କରାଗଲେ ବାଡ୍ ଫ୍ଲୁ ସଂପର୍କିତ ସଠିକ୍ ତଥ୍ୟ ଜଣାପଡନ୍ତା ବୋଲି ସହରରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର