Monday , March 27 2023
Breaking News
Home / ବିଶେଷ / ଗୟାବନ୍ଧ ମସଜିଦରେ ହାତୀ ପଲ ପଶିଲେ: ପାଚେରୀ ଭାଙ୍ଗିଲେ ନଡ଼ିଆ ଗଛ ଉପାଡ଼ିଲେ

ଗୟାବନ୍ଧ ମସଜିଦରେ ହାତୀ ପଲ ପଶିଲେ: ପାଚେରୀ ଭାଙ୍ଗିଲେ ନଡ଼ିଆ ଗଛ ଉପାଡ଼ିଲେ

 ନିରାକାରପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧ ମସଜିଦରେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ପଶି ପାଚେରୀ ଭାଙ୍ଗିବା ସହ  ୩୫ଟି ନଡ଼ିଆ ଓ ଅନ୍ୟାନ୍ୟ ଗଛ ଉପାଡ଼ି ଫୋପାଡ଼ି ଭାଙ୍ଗି ପକାଇଛନ୍ତି । ସୂଚନାଯୋଗ୍ୟ କି ଗୁରୁବାର ରାତିରେ ଏକାଧିକ ଆସି ମସଜିଦର ପାଚେରୀ ଭାଙ୍ଗି ଭିତରେ ପଶିଥିଲେ । ପରେ ସେମାନେ ୩୫ଟି ନଡ଼ିଆ ଗଛ ସହିତ ଅନ୍ୟାନ୍ୟ ଗଛ ନଷ୍ଟ କରିଛନ୍ତି । ପ୍ରକାଶଥାଉ କି ଏହି ଅଂଚଳରେ ଦୀର୍ଘ ଦିନହେବ ହାତୀ ପଲ ନିକଟସ୍ଥ କାଜୁ ଜଙ୍ଗଲରେ ରହି ରାତିରେ ଦୈାରାତ୍ମ୍ୟ କରୁଛନ୍ତି । ଏହି ଗ୍ରାମର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁ ପରେ ଏହି ସ୍ଥାନରେ ବନ ବିଭାଗର ଗୋଟିଏ ଟିମ ଡ଼େରା ପକାଇ ରହିବା ସହ ଗଜବନ୍ଧୁ ଯୋଜନାରେ ଲାଇଟ ଲଗାଇବାକୁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ କିଛି ଦିନ ପରେ ଏ ସବୁକୁ ଅଣଦେଖା କରାଯାଇଥିଲା । ତେଣୁ ଟାଙ୍ଗୀ ବ୍ଲକ ବିଜେଡ଼ି  ସଂଖ୍ୟାଲଘୁ ସେଲ ସଭାପତି ହାଜି ଅବଦୁଲ ରଜାକ ଖାଁ  ଗ୍ରାମର ୪ଜଣଙ୍କୁ ଗଜବନ୍ଧୁ ଯୋଜନାରେ ନିଯୁକ୍ତି ଦେବା ସହ ମସଜିଦର ସୁଦୃଢ ପାଚେରୀ ନିର୍ମାଣ ଓ ଆଲୋକ ବ୍ୟବସ୍ଥା କରିବା ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.