Monday , March 27 2023
Breaking News
Home / ବିଶେଷ / ଗୀତାଗବେଷକ ତଥା ସୁନାମଧନ୍ୟ ଶିକ୍ଷକ ଡ. କୁଶ ନନ୍ଦଙ୍କ ବିୟୋଗ – ଅଂଚଳରେ ଶୋକ 

ଗୀତାଗବେଷକ ତଥା ସୁନାମଧନ୍ୟ ଶିକ୍ଷକ ଡ. କୁଶ ନନ୍ଦଙ୍କ ବିୟୋଗ – ଅଂଚଳରେ ଶୋକ 

ତାରପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ଗୀତାଗବେଷକ ତଥା ସୁନାମଧନ୍ୟ ଶିକ୍ଷକ ଡ. କୁଶ ନନ୍ଦଙ୍କ ପରଲୋକ ଘଟିଛି । ଆଜି ଦିବା ୨ଘଟିକାରେ ୯୦ବର୍ଷ ବୟସରେ ରଘୁନାଥପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ସ୍ୱର୍ଗତ ନନ୍ଦ ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରରେ ଦୀର୍ଘ ୩୦ବର୍ଷ ଧରି ଶିକ୍ଷକତା କରିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ବିଧୂଭୂଷଣ ନନ୍ଦ ମୁଖାଗ୍ନି ଦେଇଥିବାବେଳେ ଅନ୍ୟପୁତ୍ର ସତ୍ୟଭୂଷଣ ନନ୍ଦ, ନିଳାଦ୍ରିଭୂଷଣ ନନ୍ଦ, ଝିଅ ଜ୍ୟୋର୍ତିମୟୀ ନନ୍ଦ, ପୁତ୍ରବଧୁ ମନସ୍ୱିନୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ୱ କବି ରବିନ୍ଦ୍ରନାଥ ଠାକୁର ଓ ଭକ୍ତ କବିମଧୁସୂଦନ ରାଓଙ୍କ ମଧ୍ୟରେ ଏକ ତୁଳାନାତ୍ମକ ବିଶ୍ଲେଷଣ ସନ୍ଦର୍ଭ ରଚନା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଶଂସା ଭାଜନ ହୋଇ ଡକ୍ଟରେଟ୍ ଉପାଧି ପାଇବା ସହ ତାଙ୍କ ରଚିତ କାଳଜୟୀ ଉପନ୍ୟାସ ମଲାମଣିଷର ଲୁହାର ଆଖି ସ୍ନାତକ ଶ୍ରେଣୀର ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହୋଇଥିଲା । ଏହାଛଡ଼ା ଅନେକ ଇଂରାଜୀ, ଓଡ଼ିଆ ଓ ସଂସ୍କୃତରେ ଅନେକ କାବ୍ୟ, କବିତା ଏବଂ ପ୍ରବନ୍ଧ ଲେଖି ଦେଶବିଦେଶରେ ଉଚ୍ଚପ୍ରଶଂସିତ ହୋଇଥିଲେ ।

ଡ. ନନ୍ଦଙ୍କ ବିୟୋଗରେ ତାଙ୍କର ପ୍ରିୟ ଛାତ୍ର ତଥା କନ୍ଧମାଳ ସାଂସଦଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ପରଲୋକଗମନ ଖବର ପ୍ରଚାରିତ ହେବାପରେ   ବୃନ୍ଦାବନ ବେହେରା,   ବିଜୟ କୁମାର ସ୍ୱାଇଁ,  ଆଶିଷ କୁମାର ଚକ୍ରବର୍ତୀ, ଡ. ଭାସ୍ୱତକାନ୍ତି ସେନଗୁପ୍ତ, ଗୁରୁନାରାୟଣ ମହାନ୍ତି,  ରମାରଞ୍ଜନ ସ୍ୱାଇଁ, ଦେବାଶିଷ ପଣ୍ଡା, ସଚ୍ଚିଦାନନ୍ଦ ଆଚାର୍ଯ୍ୟ, ଦିବାନନ୍ଦ ବୋଷ, ଏମ୍.ଡି. ଓସମା,  ଜୟପ୍ରକାଶ ପଣ୍ଡା,   ନିର୍ମଳେନ୍ଦୁ ସୋମ୍, ରବିନ୍ଦ୍ର କୁମାର ମହାପାତ୍ର, ନଳିନୀ ରଞ୍ଜନ ମହାପାତ୍ର, ସୁଶାନ୍ତ ରାଉତ, ଆଇନଜୀବୀ ପ୍ରଦୀପ୍ତ ଜେନା, ଭୂବନମୋହନ ସାହୁ,   ପ୍ରଶାନ୍ତ ସାହୁ, ନିକୁଞ୍ଜ କିଶୋର ଦାଶ, ରବିନ୍ଦ୍ର ନାଥ ସ୍ୱାଇଁ, ଅଶୋକ କୁମାର ଦାସ,  ପ୍ରମୋଦ କୁମାର ଜେନା, ବନ୍ଦନ ସାହୁ ତଥା ଅଂଚଳର ବହୁ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.