ଗରଦପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମର ସତ୍ୟାନନ୍ଦ ସାହୁଙ୍କ ସ୍ତ୍ରୀ ଫୁଲଲତା ସାହୁ (୬୬) ଆଜି କୁକୁର କାମୁଡ଼ାରେ ଆହତ ହୋଇଛନ୍ତି । ଗ୍ରାମର ଏକ ବୁଲା କୁକୁର ତାଙ୍କ ବାମ ଗୋଡ଼କୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲା । ପରିବାର ତରଫରୁ ତାଙ୍କୁ ପାଟକୁରା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଫୁଲଲତାଙ୍କୁ କୁକୁର କାମୁଡ଼ା ଇଂଜେକସନ୍ ଦିଆଯାଇଛି । ଉଲେଖନୀୟ ଏହିକି ଗତ ସପ୍ତାହ ମଧ୍ୟରେ ଏହି ଗ୍ରାମରେ ୩ ଜଣ କୁକୁର କାମୁଡ଼ାରେ ଆହତ ହେଲେଣି । ଓଡ଼ିଶା ସମାଚାର