ପାରାଦୀପ ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଫସଫେଟ୍ସ ଲିମିଟେଡ୍ ବା ପିପିଏଲ୍ ପ୍ଲାଂଟରେ ଆମେନିଆ ନିୟନ୍ତ୍ରଣ ନେଇ ଏକ ମକ୍ ଡି୍ରଲ କାର୍ଯ୍ୟକ୍ରମ କରାଯାଇଛି । ପ୍ଲାଂଟରେ ଦୁର୍ଭାଗ୍ୟ ବଶତଃ ଆମୋନିଆ ଗ୍ୟାସ ନିର୍ଗତ ହେଲେ ତାହାକୁ କିଭଳି ଯୁଦ୍ଧକାଳୀନ ଭିତିରେ ନିୟନ୍ତ୍ରଣ କରାଯାଇ ପାରିବ, ସେଥିପାଇଁ ଏହି ମକ୍ ଡି୍ରଲ କରାଯାଇଛି । ଏହି ମକ୍ ଡି୍ରଲରେ ପ୍ଲାଂଟରେ କାର୍ଯ୍ୟରତ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସକ୍ରିୟ ଭାଗ ନେଇଥିବା ବେଳେ କୁଜଙ୍ଗ ଅଗ୍ନିଶମ ବିଭାଗ, ଏନଡିଆରଏଫ୍, ପାରାଦୀପ ବନ୍ଦର, ଇଫକୋ, ଆଇଓସିଏଲ୍, ବିପିସିଏଲ୍, ଏସାର ପାୱାର, ଆର୍ସେଲର ମିତଲ ଷ୍ଟିଲ, ଆଦାନୀ ୱିଲମାରର ସୁରକ୍ଷା ଏବଂ ଅଗ୍ନିଶମ ଅଧିକାରୀମାନେ ଏହି ଅଭ୍ୟାସରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଏଲ କାର୍ଯ୍ୟନିର୍ବାହୀ ଅଧିକାରୀ ରଣଜିତ୍ ସିଂ ଚୁଗ୍, ଫ୍ୟାକ୍ଟ୍ରି ଆଣ୍ଡ ବଏଲର ସହ ନିର୍ଦ୍ଧେଶକ ସି.କେ. ଦଳାଇ, ପ୍ରଦୂ୍ୟଷଣ ବୋର୍ଡ ପାରାଦୀପ ଆଂଚଳିକ ଅଧିକାରୀ ଦିଲୀପ ଦାସ, ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ଶ୍ରୀ ଦଳାଇ ପିପିଏଲ୍ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ସମାଚାର