Monday , March 20 2023
Breaking News
Home / ରାଜନୀତି / ସିପିଆଇ ପକ୍ଷରୁ ରୁ ସାଲେପୁର ବ୍ଲକ ସମ୍ମୁଖ ରେ ବିକ୍ଷୋଭ

ସିପିଆଇ ପକ୍ଷରୁ ରୁ ସାଲେପୁର ବ୍ଲକ ସମ୍ମୁଖ ରେ ବିକ୍ଷୋଭ

ସାଲେପୁର,୨୧/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ କଟକ ଜିଲ୍ଲା ସିପିଆଇ ପକ୍ଷରୁ ଏହାର ବାର୍ଷିକ ଉତ୍ସବ ଓ କର୍ମୀ ସମ୍ମିଳନୀ ଅବସରରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସାଲେପୁର ବ୍ଲକର ମୁଖ୍ୟ ଫାଟକ ସାମ୍ନାରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ସଭାରେ ସିପିଆଇ କଟକ ଜିଲ୍ଲା ସମ୍ପାଦକ ଅମରେନ୍ଦ୍ର ମହାନ୍ତି ଓ ସିପିଆଇ ନେତା ଉଦୟ କେଶରୀ ବର୍ମା ପ୍ରମୁଖ ଯୋଗଦେଇଥିଲେ। ରାସ୍ତା କାର୍ଯ୍ୟ ଠାରୁ ଆରମ୍ଭ କରି, ପାଇଖାନା, ପକ୍କାଘର କାର୍ଯ୍ୟରେ ଅନେକ ଦୁର୍ନୀତି ନେଇ ସିପିଆଇ ପକ୍ଷରୁ ଅନେକ ଥର ଅଭିଯୋଗ ହୋଇଥିଲେହେଁ ସ୍ଥାନୀୟ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନନେଇ ଥିବାରୁ ଆଗାମୀ ଦିନରେ ସେମାନେ ସାଲେପୁର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ ତୀବ୍ର କରିବେ ବୋଲି କହିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.