ଭୁବନ ୨୧/୦୧/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସାମ୍ୟବାଦୀ ନେତା,ବରିଷ୍ଠ ଆଇନଜୀବୀ ପଦ୍ମଚରଣ ଧଳ ଙ୍କ ବିୟୋଗରେ ଭୁବନ ପାଲାମଣ୍ଡପ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ଜିଲ୍ଲା ସମ୍ପାଦକ ଶିବରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଶ୍ରମିକ ନେତା ନିରଞ୍ଜନ ନାୟକ ଙ୍କ ସମେତ କଳାକାର ବେହେରା,ଦୈତାରୀ ବେହେରା,ପ୍ରଫୁଲ୍ଲ ସାହୁ,କୈଳାସ ସାହୁ,ଖଗେଶ୍ୱର ସେଠୀ,ଅଶୋକ ଦାସ,ବାବୁରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଅମରଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ଧଳ ଜଣେ ସାଲିସ ବିହୀନ ମଣିଷ ଥିଲେ । କମୁ୍ୟନିଷ୍ଟ ଦଳର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଅସହାୟ ନିଃସହାୟ ଖଟିଖିଆ, ଚାଷୀ,ଶ୍ରମିକ ଓ ଗରିବ ଲୋକଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦେଇ ଜଣେ ଦରଦୀ ମଣିଷ ଭାବେ ବେଶ ପରିଚିତ ଥିଲେ ଓ ସ୍ୱର୍ଗତ ଧଳଙ୍କ ବିୟୋଗ ସମଗ୍ର ଢେଙ୍କାନାଳ ଜିଲ୍ଲାପାଇଁ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର