Saturday , April 1 2023
Breaking News
Home / ବିଶେଷ / ସାନରାଉତପଡ଼ା  ନୂତନ ପଂଚାୟତ ଗୃହ ଉଦଘାଟିତ

ସାନରାଉତପଡ଼ା  ନୂତନ ପଂଚାୟତ ଗୃହ ଉଦଘାଟିତ

ନିରାକାରପୁର, ୨୧/୦୧/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନରାଉତପଡ଼ା ପଂଚୟତର ନୂତନ ପଂଚାୟତ ଗୃହକୁ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଜନାବ ମୁଜିବୁଲ୍ଲା ଖାଁ ଉଦଘାଟକଭାବେ ଯୋଗଦେଇ   ଉଦଘାଟିତ କରିଥିଲେ । ଅନୁଷ୍ଠିତ ସଭାରେ ସରପଂଚ ଶାନ୍ତିଲତା ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥିଭାବେ ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ମୁଖ୍ୟବକ୍ତାଭାବେ ଜିଲ୍ଲ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଧେବ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଦଳେଇ, ୧୨ନଂ ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳୀ ପାଟ୍ଟଶାଣୀ, ସମାଜସେବୀ ସଞ୍ଜୟ ପଟ୍ଟନାୟକ,ସମିତିସଭ୍ୟା ରୀତାଞ୍ଜଳୀ ରାଉରାୟ ଓ ସମାଜସେବୀ ଜନାବ ଶେଖ ମୁସ୍ତାଫା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମେ ସରପଂଚ ଙ୍କ ପ୍ରତିନିଧି ଗୋପାଳ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ପଂଚାୟତର ସମସ୍ତ ନିିର୍ବାଚିତ ପ୍ରତିନିଧି ଓ ଭଦ୍ର ବ୍ୟକ୍ତିମାନେ ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.