ଗରଦପୁର ,୨୧/୦୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ସିଆରପିଏଫ ଯବାନ ମହେଶ୍ୱର ସାହୁ ସାଇବର ଠକେଇ ର ଶିକାର ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ରୁ ପ୍ରକାଶ ଯେ ମହେଶ୍ୱର ଫେବୃଆରୀ ମାସରେ କର୍ମକ୍ଷେତ୍ରକୁ ଫେରିଯିବା ପାଇଁ ଇଣ୍ଡିଗୋ ଫ୍ଲାଇଟ ରେ ଟିକେଟ ବୁକିଂ କରିଥିଲେ । ଯେଉଁ ବୁକି ସହିତ ଯୋଗାଯୋଗ କରି ଟିକେଟ ବୁକିଂ କରିଥିଲେ ପର ଦିନ ଟିକେଟ ବାତିଲ ହୋଇଯାଇଥିବା ବୁକିଂ ଏଜୋଠ ଖବର ଦେଖିଲେ । ଟିକେଟ ପଇସା ଫେରାଇବା ପାଇଁ ମହେଶ୍ୱର ବୁକୀଂ ଏଜେନ୍ସି ସହିତ କଥା ହୋଇଥିଲେ । ଟିକେଟ ଟଙ୍କା ଫେରାଇବା ଆଳରେ ସମ୍ପୃକ୍ତ ବୁକି ନାନାଦି କଥା ମହେଶ୍ୱର ସହିତ ହୋଇ ମହେଶ୍ୱରଙ୍କ ଠାରୁ ବିଭିନ୍ନ ଡ଼ାଟା ସଂଗ୍ରହ କରିଥିଲେ । ମହେଶ୍ୱରଙ୍କର କୋରୁଆ ଶାଳିକଂଟାସ୍ଥିତ ଷ୍ଟେଟବ୍ୟାଙ୍କ ଓ ବିଲହାଟସ୍ଥିତ ଏଚଡ଼ିଏଫସି ବ୍ୟାଙ୍କର ଆକାଉଂଟ ନମ୍ବର ଓ ଆଇଏପସି କୋଡ଼ ନମ୍ବର ନେଇଯାଇଥିଲା । ଏ ସମ୍ପର୍କରେ ପରେ ପରେ ମହେଶ୍ୱରଙ୍କ ମନରେ ସନ୍ଦେହ ହେବାରୁସେ ବ୍ୟାଙ୍କରେ ଯାଇ ତାଙ୍କ ଜମା ଖାତା ତନଥି କରିଥିଲେ । ୧୯ ତାରିଖ ଦିନ ଶାଳିକଂଟା ଷ୍ଟେଟବ୍ୟାଙ୍କ ଆକାଉଂଟରୁ ୨୫ ହଜାର ଟଙ୍କା ହଡ଼ପ ହୋଇଥିବା କଥା ଜାଣିବାକୁ ପାଇଥିଲେ । ସେହିପରି ୨୦ ତାରିଖ ଦିନ ବିଲହାଟ ଏଚଡ଼ିଏଫସି ବ୍ୟାଙ୍କ ରୁ ୪ ଥରରେ ଯଥାକ୍ରମେ ୫୦ ହଜାର,୫୦ ହଜାର , ୩୯ ହଜାର , ୨୮୮ ଟଙ୍କା ଏହିପରି ମୋଟ ୧ ଲକ୍ଷ ୬୪ ହଜାର ୨୮୮ ଟଙ୍କା ହଡ଼ପ ହୋଇଥିବାର ଜଣାପଡ଼ିଥିଲା । ଏ ସମ୍ପର୍କରେ ମହେଶ୍ୱର ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇବା ପରେ ମୃାନେଜର ,କାଉଂଟ ହୋଲ୍ଡ କରି ତଦନ୍ତ କରୁଛନ୍ତି । ଝାଡ଼ଖଣ୍ଡ ରାଜ୍ୟର କେହି ଜଣେ ଏହି ଠକେଇ କରିଥିବା ବ୍ୟାଙ୍କ ତରଫରୁ କୁହାଯାଇଛି । ଓଡ଼ିଶା ସମାଚାର