Wednesday , May 31 2023
Home / ବିଶେଷ / ଭିନ୍ନକ୍ଷମ କାଳନ୍ଦି ଙ୍କୁ ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ସାମିଲ ପାଇଁ ଦାବି

ଭିନ୍ନକ୍ଷମ କାଳନ୍ଦି ଙ୍କୁ ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ସାମିଲ ପାଇଁ ଦାବି

ଭୁବନ ୨୧/୦୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନ.ଏ.ସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ସ୍ୱର୍ଗତ ନରୋତମ ବେହେରା ଙ୍କ ପୁଅ କାଳନ୍ଦି ଚରଣ ବେହେରା (୪୬) ଅନୁସୂଚୀତ ଜାତି ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ଚାଉଳ ମିଳୁନଥିବା ଅଭିଯୋଗ ହୋଇଛି । ପାଠ ପଢୁଥରବା ସମୟରେ ପ୍ରଥମେ ଡାହାଣ ଆଖି ଖରାପ ହେଲା ଓ ପରବର୍ତି ସମୟରେ ସବିଦିନ ପାଇଁ ଗୋଟିଏ ଆଖି ସଂପୂର୍ଣ୍ଣ ଭାବେ ହରାଇଲେ । ମୁଲ ମଜୁରି କରି ନିଜର ୪ ପ୍ରାଣୀ କୁଟୁମ୍ବ ପୋଷୁଥିବା ବେଳେ ଲକଡାଉନ ସଟଡାଉନ ସମୟରୁ ଆଉ କାମଧନ୍ଦା ମିଳୁନଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ଷଣ୍ଢ ଲଢେଇରେ ତାଙ୍କର ଗୋଡ ଭାଙ୍ଗିଗଲା । ଏଭଳି ସ୍ଥିତିରେ ପିଲାଛୁଆଙ୍କ ମୁହଁରେ ଆହାର ଦେବାକୁ ତାଙ୍କପାଇଁ କଷ୍ଟକର ହୋଇପଡିଛି । କେବଳ ମାସିକ ୫ ଶହ ଟଙ୍କା ଭତା ଓ ୨୦ କିଲୋ ଚାଉଳ ହିଁ ତାଙ୍କର ସମ୍ବଳ । ଗୋଟିଏ ତିନିଚକିଆ ସାଇକେଲ ସହିତ ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ମାସକୁ ୩୫ କିଲୋ ଚାଉଳ ପାଇବାକୁ ବାରମ୍ବାର ବିଭାଗୀୟ କର୍ତୃପକ୍ଷଙ୍କୁ ଗୁହାରି କରୁଥିଲେହେଁ ଆଜିଯାଏ ତାଙ୍କୁ ମିଳିପାରିନାହିଁ । ତୁରନ୍ତ ତାଙ୍କୁ ସରକାରଙ୍କ ଜନକଲ୍ୟାଣ ଯୋଜନାରେ ସାମିଲ କରି ଏକ ତିନିଚକିଆ ସାଇକେଲ ଓ ଅନ୍ତଦ୍ୟୋୟ ଯୋଜନାରେ ମାସିକ ୩୫ କିଲୋ ମାଗଣା ଚôଉଳ ଦେବାପାଇଁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.