ନିରାକାରପୁର, ୨୧/୦୧/୨୦୨୧(ଓଡ଼ିଶା ସମାଚାର)-କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟର ବହୁମୁଖୀ ନୂତନ ସୈାଧରଭିତିପ୍ରସ୍ତର ସ୍ଥାପିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଏହି ଭିତିପ୍ରସ୍ତର ର ଶୁଭାରମ୍ଭ କରି ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଆଶା ପ୍ରକଟ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ବଳବନ୍ତରାୟ ନିର୍ମାଣ ସଂସ୍ଥା ପୋଲିସ ହାଉସିଂ କର୍ପୋରସନକୁ ସମସ୍ତ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ସୈାଧଟି ପ୍ରଶାସନିକ କାର୍ଯ୍ୟ ଓ ଶ୍ରେଣୀ ଗୃହ ଶିକ୍ଷା ପାଇଁ ବିନିଯୁକ୍ତ ହେବ ବୋଲି ପ୍ରକାଶ କରିଥିଲେ । ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରଞ୍ଜିତ କୁମାର ତ୍ରିପାଠୀ, ଡ଼. ପ୍ରଫୁଲ କୁମାର ଷଢଙ୍ଗୀ , ଡ଼. ଜୟନ୍ତ କୁମାର ବାନାର୍ଜୀ, ଡ଼ ପ୍ରଭାତ ଦାଶ, ସୈାରଭ ମହାପାତ୍ର ଓ ଶଙ୍କର୍ଷଣ ପ୍ରଧାନ ସହାୟତା କରିଥିଲେ । ଆନୁଷ୍ଠାନିକ ଭୂମି ପୂଜନ ଓ ଭିତି ଶୁଭାରମ୍ଭ ପରେ ଉପଜିଲ୍ଲାପାଳ ,ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସମସ୍ୟା ମହାବିଦ୍ୟାଳୟର ଜମିଜମା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମହାବିଦ୍ୟାଳର ଶ୍ରେଣୀଗୃହ ,ବିଜ୍ଞାନଗାର,ଗ୍ରନ୍ଥାଗାର ଆଦି ପରିକ୍ରମା କରି ଶିକ୍ଷାଦାନ ବ୍ୟବସ୍ଥାରେ ଉପଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର