Tuesday , March 21 2023
Breaking News
Home / ବିଶେଷ / ପଂଚାୟତ ନକରିବାରୁ ଚାନ୍ଦା କରି ରାସ୍ତା ମରାମତି କଲେ ଗ୍ରାମବାସୀ

ପଂଚାୟତ ନକରିବାରୁ ଚାନ୍ଦା କରି ରାସ୍ତା ମରାମତି କଲେ ଗ୍ରାମବାସୀ

ରଘୁନାଥପୁର, ୨୧/୦୧/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଦୁଲୁପୁର ହନାମାନ ଗଡ଼ା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଗତ ୨୦୦୮ ମସିହାରେ ଏହି ରାସ୍ତାଟି ନିର୍ମାଣ ହୋଇଥିଲା । ବହୁବର୍ଷ ଧରି ଏହି ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ରେ ପରିପୂର୍ଣ୍ଣ ହୋଇଛି । ଏହି ରାସ୍ତାର ପୁନନିର୍ମାଣ ପାଇଁ ସ୍ଥ୍ାନୀୟ ସରପଂଚ ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ପ୍ରଶାସନକୁ ଗ୍ରାମବାସୀମାନେ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ତେଣୁ ଆଜି ଗ୍ରାମବାସୀମାନେ ଚାନ୍ଦା ଆଦାୟ କରି ସିମେଂଟ, ଗାଡ଼ି, ବାଲି କ୍ରୟ କରି ,କାଧିକ ସ୍ଥ୍ାନରେ ଥିବା ଖାଲ ଖମାକୁ ନିଜ ଉଦ୍ୟମରେ ମରାମତି କରିଛନ୍ତି । ଏହି ପଂଚାୟତ ଅନ୍ତର୍ଗତ ଜଣେ ଲୋକ ପ୍ରତିନିଧିଙ୍କ ନିଜ ଘରର ପ୍ରୋଟେକସନ୍ ୱାଲ ସରକାରୀ ଅର୍ଥରେ କରାଯାଇ ପାରୁଥିବାବେଳେ ଜନସାଧାରଣଙ୍କ ଗମନା ଗମନ ପାଇଁ ଥିବା ରାସ୍ତାର ମରାମତି ହେଉନଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଆଗାମୀ ନିର୍ବାଚନରେ ଏହାର ଠିକଣା ଜବାବ ଦେବେ ବୋଲି ଆଜି ଠାରୁ ନାରାବାଜି ଦେଲେଣି । ଉକ୍ତ ପଂଚାୟତରେ ହେଉଥିବା ବିଭିନ୍ନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଗ୍ରାମବାସୀଙ୍କର ଏଭଳି ଉଦ୍ୟମକୁ ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.