Wednesday , March 29 2023
Home / ବିଶେଷ / ନମାମି ମନ୍ଦାକିନୀ ଶୁଭନବବର୍ଷ ଉଦ୍ଘାଟନ –  ଲୋକକଳାର ପୁର୍ଣ୍ଣରୁଦ୍ଧାର କରିବାକୁ ଉଦ୍ୟମ କରିବ ସଙ୍ଗଠନ

ନମାମି ମନ୍ଦାକିନୀ ଶୁଭନବବର୍ଷ ଉଦ୍ଘାଟନ –  ଲୋକକଳାର ପୁର୍ଣ୍ଣରୁଦ୍ଧାର କରିବାକୁ ଉଦ୍ୟମ କରିବ ସଙ୍ଗଠନ

 ନିରାକାରପୁର, ୨୧/୦୧/୨୦୨୧(ଓଡ଼ିଶା ସମାଚାର)-  ନମାନି ମନ୍ଦାକିନୀ ଶୁଭନବବର୍ଷର ସୁଭଉଦ୍ଘାଟନ ପୁର୍ଣ୍ଣତୟୋ ରାମେଶ୍ୱର ଗଡ ମନ୍ଦାକିନୀ ନଦୀ ରାମେଶ୍ୱର ବ୍ୟାରେଜ ନିକଟରେ ନମାନି ମନ୍ଦାକିନୀର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁର୍ଣ୍ଣତୟୋ ନଦୀ କୂଳରେ ପୁଜାର୍ଚନା କରି ଏକ କଳସ ଯାତ୍ରାରେ ରାମେଶ୍ୱର ଗଡର ବିଶିଷ୍ଟ ପାଲ୍ଲା ଗାୟକ ଦିବଗଂତ ଗାୟକ ଜନାର୍ଦ୍ଧନ ତ୍ରିପାଠୀଙ୍କ ସ୍ମୃତି ସମ୍ମାନ ଉଦ୍ଧେଶ୍ୟରେ ସମସ୍ତ ଯୁବବନ୍ଧୁ ଏକତ୍ରିତ ହୋଇଥିଲେ । ପରେ ଉପସ୍ଥାପକ କମଳେସ ମହାରଣଙ୍କ ସଂଚାଳନାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ବରିଷ୍ଠ ସ୍ତମ୍ବକାର ତଥା ସମ୍ବାଦିକ ପ୍ରଦୁ୍ୟମ୍ନ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ଲୋକ କଳାର ପୁନରୁଦ୍ଧାର,ଅଂଚଳର ଜୀବନ ରେଖା ନଦୀମାନଙ୍କୁ ପୁନଃ ବେଗଗାମିନୀ କରାଇ କୃଷି ଓ କୃଷକ ସହ ଅଂଚଳର ସର୍ବନ୍ତକରଣରେ ବିକାଶ କରିବାରେ ଅନୁଷ୍ଠାନ ସଙ୍କଳ୍ପ ଗ୍ରହଣ କରିଛି । ଆସନ୍ତା ମହାବିଷୁବ ସଂକ୍ରାନ୍ତିରେ ନବବର୍ଷ ମହୋତ୍ସବ ମହାସମାରୋହରେ ପାଳନ କରିବାକୁ ଯାଉଛି । ଯେଉଁଠି ଓଡିଶାର ଲୁପ୍ତ ଲୋକକଳା ସମୂହର ହେବ ପ୍ରତିଧ୍ୱନୀ ହେବ ବୋଲି ମୁଖ୍ୟ ଅତିଥି ମତଦେଇଥିଲେ ।ଜଙ୍କିଆ ଗ୍ରାମପଂଚାୟତ ସରପଂଚ ରାଜେନ୍ଦ୍ର ସାମନ୍ତରାୟ ମହୋତ୍ସବକୁ ଏକ ନିଆରାଢଙ୍ଗରେ କରିବା ସହିତ ଗ୍ରାମାଂଚଳର ଲୋକକଳାକୁ ଲୋକଲୋଚନକୁ ଆଣି ସେମାନଙ୍କ ପ୍ରତିଭାର ପରିପ୍ରକାସ କରିବାକୁ ଅନୁଷ୍ଠାନ କାର୍ଯ୍ୟଧାରା ଜାରିରଖିଛି ବୋଲି ମତଦେଇଥିଲେ । ଶିକ୍ଷାବିତ୍ ଦିବ୍ୟସିଂହ ତ୍ରିପାଠୀ ,ସାମ୍ବାଦିକ ସନ୍ତୋଷ କୁମାର ସାହୁ,ବିବେକାନନ୍ଦ ଦାସ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହୋତ୍ସବର ରୁପରେଖ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୁ୍ୟମ୍ନ ଜଗଦେବ ଓ ଚକ୍ରଧର ତ୍ରିପାଠୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦିପ୍ତ ପାଟ୍ଟଶାଣୀ,ସୁରେନ୍ଦ୍ର ନାଥ ଜେନା,ଦିପକ କୁମାର ଜେନା,ରତିକାନ୍ତ ସାମନ୍ତରାୟ,କିଶ୍ୱର ମାର୍ଥା,ସଚିଦାନନ୍ଦ ଗୁମାନସିଂହ,ରଂଜନ କୁମାର ଛୋଟରାୟ,ଗୋପବନ୍ଧୁ ହରିଚନ୍ଦନ ତଥା ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.